ପାରାଦୀପ ୧।୪: ପୂର୍ବ ଭାରତର ୧ ନମ୍ବର ମେଜର ପୋର୍ଟର ମାନ୍ୟତା ବଜାୟ ରଖିଲା ପାରାଦୀପ ବନ୍ଦର । ୨୦୨୫-୨୬ ଆର୍ଥିକ ବର୍ଷରେ ୧୫୬.୪୫ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଏହି ରେକର୍ଡକୁ ପୁଣି ବଜାୟ ରଖିଛି ପାରାଦୀପ ବନ୍ଦର । ଆନ୍ତର୍ଜାତିକ ବଜାରରେ ଲୁହାପଥରର ମାନ୍ଦାବସ୍ଥା ସତ୍ତ୍ୱେ ପାରାଦୀପ ବନ୍ଦର ସଫଳତା ହାସଲ କରିବାରେ ସଫଳ ହୋଇଛି ।

ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହାରାନାଦ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିବା ସହିତ ୨୦୨୫-୨୬ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ପାଖାପାଖି ୨୫୦୦ କୋଟି ଟଙ୍କାର ବ୍ୟବସାୟ କରିଛି ବୋଲି ପ୍ରକାଶ କରିଛନ୍ତି । ଆସନ୍ତା ୨୦୩୦ ମସିହା ପୂର୍ବରୁ ପାରାଦୀପ ବନ୍ଦର ସମ୍ପୂର୍ଣ୍ଣ ମେକାନାଇଜ୍ଡ ମୋଡ୍ରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ବର୍ତ୍ତମାନ ପାରାଦୀପ ବନ୍ଦର ବ୍ୟବସାୟିକ କ୍ଷେତ୍ରରେ ୧୦୦ଟଙ୍କା ରୋଜଗାର ପାଇଁ ମାତ୍ର ୩୧ ଟଙ୍କା ବ୍ୟୟ କରୁଛି । ୨୦୩୦ ସୁଦ୍ଧା ଏହା ଆହୁରି କମିଯିବ ଏବଂ ପାରାଦୀପ ବନ୍ଦରରେ କେପ୍ ସାଇଜ୍ ଭେସେଲ ଲାଗିବାରେ ସୁବିଧା ହେବ ।

​​​​​​​Also Read:- ପୋଲିସ ପ୍ରତିଷ୍ଠା ଦିବସ : ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ଯବାନଙ୍କୁ ସମ୍ମାନିତ କଲେ DGP

ଏହାଛଡା ପାରାଦୀପ ବନ୍ଦର ଦୈନିକ ୩୫,୦୫୯ ମିଲିୟନ ଟନ୍ ପଣ୍ୟ ଲୋଡିଂ ଓ ଅନଲୋଡିଂ କରି ଭାରତର ଅନ୍ୟ ବନ୍ଦର ମାନଙ୍କ ମଧ୍ୟରେ ଏକ ନମ୍ବର ମାନ୍ୟତା ହାସଲ କରିଛି । ଏଥିପାଇଁ ବନ୍ଦର ଅଧ୍ୟକ୍ଷ ଷ୍ଟିଭେଡୋର ସଂସ୍ଥାବନ୍ଦର କର୍ମଚାରୀଓଡ଼ିଶା ସରକାର ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ସହଯୋଗକୁ ପ୍ରଶଂସା କରିଛନ୍ତି ।