ଇସଲାମାବାଦ: ଅପରେସନ୍ ସିନ୍ଦୂରରେ ପାକିସ୍ତାନ କେତେ କ୍ଷତି ସହିଛି, ତାହା ସେହି ଦେଶର ଉପ-ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟରୁ ଜଣାପଡ଼ିଛି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ବୟାନ ହଇଚଇ ସୃଷ୍ଟି କରିଛି। ଇସାକ ଦାର କହିଛନ୍ତି ଯେ, ଭାରତ ୩୬ ଘଣ୍ଟା ମଧ୍ୟରେ ପ୍ରାୟ ୮୦ଟି ଡ୍ରୋନ୍ ମାଡ଼ କରିଥିଲା । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଭାରତୀୟ ଡ୍ରୋନ୍ ଆକ୍ରମଣରେ ରାୱଲପିଣ୍ଡିର ନୂର ଖାନ ଏୟାରବେସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବର୍ଷ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଇସାକ ଦାର ଅପରେସନ ସିନ୍ଦୂର ସମୟରେ ହୋଇଥିବା କ୍ଷତିକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ସେଠାରେ ନିୟୋଜିତ ସୈନିକମାନେ ମଧ୍ୟ ଆହତ ହୋଇଛନ୍ତି।

ଇଶାକ ଦାର କହିଛନ୍ତି, ‘ଭାରତ ଅଳ୍ପ ସମୟ ମଧ୍ୟରେ ପାକିସ୍ତାନୀ ଅଞ୍ଚଳରେ ବହୁ ସଂଖ୍ୟକ ଡ୍ରୋନ ମାଡ଼ କରିଥିଲା। ୩୬ ଘଣ୍ଟା ମଧ୍ୟରେ ଅତି କମରେ ୮୦ଟି ଡ୍ରୋନ ସୀମା ପାର କରି ପାକିସ୍ତାନରେ ପଡ଼ିଥିଲା। ପାକିସ୍ତାନୀ ସେନା ସେମାନଙ୍କ ମଧ୍ୟରୁ ୭୯ଟିକୁ ଅଟକାଇ ଥିଲା । କିନ୍ତୁ ଗୋଟିଏ ଡ୍ରୋନ ଏକ ସାମରିକ ଘାଟି ଉପରେ ପଡ଼ିଥିଲା । ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ।

ନୁର ଖାନ ଏୟାରବେସ୍ ହେଉଛି ରାୱଲପିଣ୍ଡିରେ ଅବସ୍ଥିତ ଏକ ପ୍ରମୁଖ ପାକିସ୍ତାନ ବାୟୁସେନା ଏୟାରବେସ୍। ଏହା ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ଆକ୍ରମଣ ଦ୍ୱାରା ଟାର୍ଗେଟ କରାଯାଇଥିବା ୧ ଟି ଏୟାରବେସ୍ ମଧ୍ୟରୁ ଗୋଟିଏ ଥିଲା। ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ସରଗୋଧା, ରଫିକି, ଜାକୋବାବାଦ ଏବଂ ମୁରିଦକେ ଏୟାରବେସ୍ ମଧ୍ୟ ଧ୍ୱଂସ ପାଇଥିଲା ଏବଂ ପରେ ପାକିସ୍ତାନ ଦ୍ୱାରା ଏହାର ମରାମତି କରାଯାଇଥିଲା।

ଭାରତୀୟ ସେନା ଦ୍ୱାରା ୭ ମଇ ସକାଳେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଏହା ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା । ଭାରତୀୟ ଆକ୍ରମଣରେ ପାକିସ୍ତାନ ଏବଂ ପିଓକେରେ ଥିବା ନଅଟି ଆତଙ୍କବାଦୀ ଶିବିର ଏବଂ ଅନେକ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା।

ଅବସରପ୍ରାପ୍ତ ଭାରତୀୟ ସେନା ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ ଇଶାକ ଦାରଙ୍କ ବୟାନର ଜବାବ ଦେଇଛନ୍ତି। ସେ ପାକିସ୍ତାନର "ସାମାନ୍ୟ କ୍ଷତି" ଦାବିକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନୀ ବାୟୁସେନା ଘାଟିଗୁଡ଼ିକ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଢିଲୋନ୍ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ସମା ଟିଭିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୧୩୮ ଜଣଙ୍କୁ ମରଣୋତ୍ତର ବୀରତା ପୁରସ୍କାର ପ୍ରଦାନ କରାଯାଇଛି। ଏଥିରୁ ଜଣାପଡ଼ୁଛି, ପାକିସ୍ତାନ ସରକାରୀ ଭାବରେ ସ୍ୱୀକାର କରିଥିବା ମୃତାହତଙ୍କ ସଂଖ୍ୟା ବହୁତ ଅଧିକ ଥିଲା।

ଭାରତୀୟ ସେନା ମେ’ ୭ ସକାଳେ ଅପରେସନ୍ ସୂନ୍ଦର ଆରମ୍ଭ କରିଥିଲା। ଏହା ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା । ଭାରତୀୟ ଆକ୍ରମଣରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିର ଏବଂ ଅନେକ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା।