ନୂଆଦିଲ୍ଲୀ: ପାକିସ୍ତାନରେ ସେନା ଉପରେ ବଡ଼ ଧରଣର ହମଲା। ବଲୁଚିସ୍ତାନର ଲାସବେଲା ଜିଲ୍ଲାରେ ସୁରକ୍ଷାବଳ ଉପରେ ବଡ଼ ଧରଣର ହମଲାରେ ୨୩ ଜଣ ଯବାନଙ୍କ ପ୍ରାଣହାନୀ ଘଟିଛି। ଅନେକ ଗୁରୁତର ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥିତି ଦେଖିଲେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଏନ-୨୫ ଜାତୀୟ ରାଜପଥରେ ପାକିସ୍ତାନ ସେନାର କାରକେଟ୍ ଯିବା ସମୟରେ ଏହି ହମଲା ହୋଇଛି।

ସୂଚନା ଅନୁସାରେ, ଘଟଣା ଲାସବେଲା ଜିଲ୍ଲାର କଶାରୀ ଅଞ୍ଚଳରେ ଘଟିଛି। ଏଠାରେ ପାକିସ୍ତାନ ଫ୍ରଣ୍ଟିୟର ଫୋର୍ସର ପ୍ରାୟ ୧୫ ଗାଡ଼ି ଯାଉଥିଲା। ଏହି ସମୟରେ କାରକେଡକୁ ଟାର୍ଗେଟ୍ କରି ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣରେ ସୁରକ୍ଷାବଳର ଗୋଟିଏ ଗାଡ଼ିରେ ନିଆଁ ଲାଗି ଯାଇଛି। ଆହତ ଯବାନଙ୍କୁ ପ୍ରଥମେ ବେଲା ଶିବିରରେ ପହଞ୍ଚା ଯାଇଥିଲା। ଏହି ହମଲା ପଛରେ ବଲୁଚ ଲିବେରେସନ ଆର୍ମି(ବିଏଲଏ)ର ହାତ ରହିଥିବା କୁହାଯାଉଛି। ଏହି ସଂଗଠନ ଗତ କିଛି ମାସରୁ ବଲୁଚିସ୍ତାନରେ ସୁରକ୍ଷାବଳ, ସରକାରୀ କୋଠା ଏବଂ ସଡ଼କ ମାର୍ଗକୁ ଟାର୍ଗେଟ୍ କରି ଆସୁଛି।

Also Read: ୨୪୩ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡୋନେସିଆ ଜାହାଜ ନିଖୋଜ, ଜାଭା ସାଗରରେ ବଡ ସର୍ଚ୍ଚ ଅପରେସନ

ବିଏଲଏ ଦାବି କରିଛି ଯେ, ଏହାର ସଂଗଠନ ପାକିସ୍ତାନୀ ସୁରକ୍ଷାବଳକୁ ଟାର୍ଗେଟ୍ କରି ଆସୁଛନ୍ତି। ଘଟଣା ପରେ ସୁରକ୍ଷାବଳ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଛି। ଘଟଣାସ୍ଥଳ ରାଜମାର୍ଗରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଉଲ୍ଲେଖନୀୟ ଲାସବେଲା ଏନ-୨୫ ବଲୁଚିସ୍ତାନର ସବୁଠୁ ମହତ୍ଵପୂର୍ଣ୍ଣ ସଡ଼କ ମଧ୍ୟରୁ ଗୋଟିଏ। ଏହି ରାଜମାର୍ଗ କରାଚିକୁ କ୍ଵେଟା ସହ ସଂଯୋଗ କରୁଛି।ଏହି ରାସ୍ତାରେ ସେନାର କାରକେଡ୍, ସାଧାରଣ ଯାତ୍ରୀ ଏବଂ କମର୍ସିଆଲ ବାହାନ ଚଳାଚଳ କରିଥାଏ