ଭୁବନେଶ୍ବର: ଭୋଗରାଇ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ ଶିଶୁ ଓରାଙ୍ଗଉଟାନ ଜବତ ଘଟଣାରେ ଏସଟିଏଫ୍ ହାତରେ ଲାଗିଛି ବଡ଼ ସୁରାକ । ଏହି ତସ୍କରୀରେ ପଶ୍ଚିମବଙ୍ଗର ତସ୍କର ସାମିଲ ଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ଏହି ତସ୍କରମାନେ ପଶ୍ଚିମବଙ୍ଗରୁ ଓରାଙ୍ଗଉଟାନଙ୍କୁ ସାଙ୍ଗରେ ଆଣି ଆସିଥିଲେ, ଆଉ କୌଣସି କାରଣରୁ ଏଠାରେ ଛାଡ଼ି ଦେଇଥିଲେ ବୋଲି ସନ୍ଦେହ କରାଯାଉଛି ।

ଆହୁରି ମଧ୍ୟ ଟିମ୍ ଜାଣିବାକୁ ପାଇଛି ଯେ, ଏହି ତସ୍କରମାନେ ଭୋଗରାଇର ଏକ ହୋଟେଲରେ ରହିଥିଲେ । ହେଲେ ଘଟଣା ପ୍ରଘଟ ପରେ ସେମାନେ ଏଠାରୁ ଫେରାର ମାରିଛନ୍ତି। ହେଲେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗର ଏକ ଘର ଉପରେ STFର ଚଢ଼ାଉ କରିଛି । ହେଲେ ସେଠାରୁ ମଧ୍ୟ ଚଢାଉ ପୁର୍ବରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ।

Also Read: ‘ଓଡ଼ିଶାରେ ବଞ୍ଚିପାରିବେ, ନନ୍ଦନକାନନରେ ରଖାଯାଉ’, ଓରାଙ୍ଗଉଟାନଙ୍କୁ ନ ପଠାଇବାକୁ ପରାମର୍ଶ

ସୂଚନାଥାଉକି, ଗତ ମଙ୍ଗଳବାର ବାଲେଶ୍ବର ଭୋଗରାଇ ସଂରକ୍ଷିତ ଜଙ୍ଗଲରୁ ୫ ବିରଳ ଓରାଙ୍ଗଉଟାନ ଶାବକ ଉଦ୍ଧାର ହୋଇଥିଲେ। ଏ କାମ ପଛରେ କୌଣସି ଅନ୍ତର୍ଜାତୀୟ ପଶୁ ରାକେଟ ଗ୍ୟାଙ୍ଗର ହାତ ଥିବା ନେଇ ପ୍ରଥମରୁ ସନ୍ଦେହ ପ୍ରକାଶ କରାଯାଉଥିବାବେଳେ, ଏହି ଶାବକଙ୍କୁ ଭୁବନେଶ୍ବର ନନ୍ଦନକାନନ ସ୍ଥାନାନ୍ତର କରାଯାଇ ସ୍ବତନ୍ତ୍ର ଯତ୍ନ ନିଆଯାଉଛି। ୨୪ ଘଣ୍ଟିଆ ଡାକ୍ତରୀ ଦଳ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।