ଭୁବନେଶ୍ୱର ୧୦।୦୫ : ସରକାରଙ୍କୁ ଘେରିଲେ ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଏବଂ ବିଜେଡି।ବାଲିପାଟଣା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଘେରିଛନ୍ତି ଉଭୟ ବିରୋଧୀ।

କଂଗ୍ରେସ ବିଧାୟକ ରାଜନ ଏକ୍କା କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆମର ଭରସା ନାହିଁ । ରାଜ୍ୟରେ ବିଜେପି ସରକାର ଆସିବା ଦିନଠାରୁ ଆଇନଶୃଙ୍ଖଳା ସ୍ଥିତି ତଳକୁ ତଳ ଯାଉଛି। ଆଗରେ ଅନେକ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଛି କିନ୍ତୁ କାହାର ବି ସଠିକ ରିପୋର୍ଟ ଆସିନାହିଁ। ତେଣୁ ବାଲିଅନ୍ତା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କୌଣସି ସଠିକ ରିପୋର୍ଟ ଆସିବ ଲାଗୁନାହିଁ। ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ସମୟରେ ଜଣେ ଯୁବକଙ୍କ ହତ୍ୟା ହେଲା, ଶନିବାର ମୁଖ୍ୟମନ୍ତ୍ରୀ ରିଭିୟୁ କରିଲା ସମୟରେ ଜଣଙ୍କର ମୁଣ୍ଡ ଗଡୁଛି, ଏହା ଦର୍ଶାଉଛି କି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ସତ୍ୟବାଦୀ ବୁଲେଟ ଚଢାଇ ଜଣଙ୍କୁ ମାରିବାକୁ ଉଦ୍ୟମ ହେଲା କିନ୍ତୁ ସରକାର ସେଠାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ନାହିଁ । କାରଣ ଏହି ଘଟଣାରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି। କ୍ରାଇମ କଣ୍ଟ୍ରୋଲରେ ବିଜେପି ସରକାର ଫେଲ । ସରକାରଙ୍କ ସତ୍ ସାହସ ଥିଲେ କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ କିମ୍ବା ନ୍ୟାୟିକ ତଦନ୍ତ କରାନ୍ତୁ ।

Also Read:-Balipatna : କ୍ରାଇମବ୍ରାଞ୍ଚ ସାମ୍ନାରେ ଅସମାହିତ ପ୍ରଶ୍ନ, ହତ୍ୟା ପୂର୍ବରୁ କାହା ସହିତ କଥା ହୋଇଥିଲେ କି ସୌମ୍ୟ ?

ସେହିପରି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ ବିଜେପି ସରକାରଙ୍କ ମୁଖା ଖୋଲି ଦେଇଛି। ଆମ ମୁଣ୍ଡ ତଳକୁ ହୋଇଯାଇଛି। କାରଣ ଆଜି ୟୁପି, ବିହାରକୁ ପଛରେ ପକାଇ କ୍ରାଇମରେ ଓଡ଼ିଶା ଏକ ନମ୍ବର ହୋଇଛି। ଏପଟେ ଓଡ଼ିଶା ଜଳିଲା ବେଳେ ମୁଖ୍ୟମନ୍ତ୍ରୀ ବେଙ୍ଗଲ ବୁଲୁଛନ୍ତି। କ୍ରାଇମବ୍ରାଞ୍ଚ ଓଡ଼ିଶା ପୋଲିସ ଅଧିନରେ ଆସୁଛି। ତେଣୁ ଏଥିରେ କୌଣସି ନୂଆ ନାହିଁ । ଯଦି ସରକାରଙ୍କ ସତ ସାହାସ ଅଛି ନ୍ୟାୟିକ ତଦନ୍ତ କିମ୍ବା ସିବିଆଇ ତଦନ୍ତ ଦିଅନ୍ତୁ। ବିରୋଧୀରେ ଥିବା ବେଳେ କଥା କଥାରେ ସିବିଆଇ ତଦନ୍ତ କଥା କହୁଥିଲେ। ଏବେ କୁଆଡେ ଗଲା ଏ କଥା। ଏବେ ଚାରିଆଡେ ହିଂସା ବଢୁଛି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଗ୍ରାଉଣ୍ଡକୁ ଯାଆନ୍ତୁ। ଲୋକଙ୍କ ମତାମତ ଆଣନ୍ତୁ। ତାପରେ ବ୍ୟବସ୍ଥା କରନ୍ତୁ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ବେଳ ଥାଉ ଥାଉ ସାବଧାନ ହୁଅନ୍ତୁ। ରାଜ୍ୟବାସୀଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ଏ ଘଟଣାରେ ଯେଉଁ ମନ୍ତ୍ରୀମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଛନ୍ତି ତାଙ୍କ ପାଟି ଖନେଇ ଯାଉଛି। ଏମିତି କି ଏଠି ପୋଲିସ ମାଡ଼ ହେଉଛି। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଏହାକୁ ଆଶାନ୍ତ କିଏ କରିଛି ରାଜ୍ୟବାସୀ ଆଗାମୀ ସମୟରେ ଜବାବ ଦେବେ।