ଭୁବନେଶ୍ୱର ୧୦।୦୩ : ପାନୀୟଜଳ ପ୍ରସଙ୍ଗ ନେଇ ମୁହାଁମୁହିଁ ସରକାର-ବିରୋଧୀ। ପ୍ରଶ୍ନକାଳ ଆଲୋଚନା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଅତିରିକ୍ତ ପ୍ରଶ୍ନ ଉତ୍ତେର ମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କରିଥିଲେ । ସେ କହିଥିଲେ କି, ୨୪ ବର୍ଷରେ ପୂର୍ବ ସରକର ୨୬ ହଜାର ଟ୍ୟୁବଓ୍ୱେଲ୍ କରିଥିବା ବିଜେପି ସରକାର ବର୍ଷକ ମଧ୍ୟରେ ୨୬ ହଜାର ଟ୍ୟୁବେଲ୍ କରିସାରିଲେଣି ।

ଏ ଖବର ବି ପଢନ୍ତୁ:-ବଢିଲାଣି ଟେନ୍‌ସନ୍‌, ରାଜଧାନୀରେ ଗ୍ୟାସ ସିଲିଣ୍ଡର ଗୋଟେ ପାଇଁ ଲମ୍ବା ଲାଇନ୍

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରଶ୍ନକାଳରେ ଏହି ତଥ୍ୟ ଉପସ୍ଥାପନ ବେଳେ ହଠାତ୍ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ବିଜେଡି ବିଧାୟକ । ବିଜେପି ସଦସ୍ୟ ମଧ୍ୟ ତାହାର ଜବାବ ରଖିଥିଲେ । କିଛି ସମୟ ପାଇଁ ଗୃହରେ ଉଚ୍ଚବାଚ ସ୍ଥିତି ସୃଷ୍ଟି ହୋଇଥିଲା । ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ନୀରବ ହୋଇଥିଲେ ଉଭୟ ଦଳର ବିଧାୟକ ।

ସେପଟେ ପିଇବା ପାଣି ନେଇ ଗୃହରେ ଉ ସ୍ଥିତି ଦେଖାଦେଇଥିଲା । କେବେ ସୁଦ୍ଧା ସବୁ ଘରକୁ ପିଇବା ପାଣି ଯୋଗାଇବେ ସରକାର ? ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ କି, ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି ।  ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରହିଛି ।  ମାର୍ଚ୍ଚ ୫ ତାରିଖ ସୁଦ୍ଧା ୬୮ ଲକ୍ଷ ୪୭ ହଜାର ୭୫୨ ଅର୍ଥାତ୍ ୭୭ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି ।  ବର୍ତ୍ତମାନ ସୁଦ୍ଧା ୨୬ ଟି ମେଗା ପ୍ରକଳ୍ପ ଶେଷ ହୋଇଛି । ଆଉ ମାର୍ଚ୍ଚ ସୁଦ୍ଧା ଆହୁରି ୨୮ଟି ମେଗା ପ୍ରକଳ୍ପ ଶେଷ ହେବ ।

ଏ ଖବର ବି ପଢନ୍ତୁ:- କାହିଁକି ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଆସିଲେନି କୋହଲି ? ଜଣା ପଡିଲା ସତ...

ସେହିପରି ୪୪ ହଜାର ୫୩୧ ଗାଁରୁ ୧୧ ହଜାର ୭୭୭ ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ବିଗତ ସରକାର ବେଳେ କାମ ଧିମା ଚାଲିଥିଲା । ପୂର୍ବ ସରକାରଙ୍କ ଦୁର୍ଭାଗ୍ୟଜନକ ଡିପିଆର ଯୋଗୁଁ ଏବେ ୧୮ଟି ଇଣ୍ଟେକ ୱେଲ କାମ ସ୍ଥାନାନ୍ତର କରିବାକୁ ପଡ଼ିଛି । ଏବେ ରାଜ୍ୟରେ ୫ ଲକ୍ଷ ୨୭ ହଜାର ୬୯୪ ଟ୍ୟୁବୱେଲ ଅଛି।