ଭୁବନେଶ୍ୱର ୩୦।୦୪ : ବିରୋଧୀ ଦଳନେତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କଣ କରୁଥିଲେ । ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ନବୀନ ବାବୁଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ୪୦ ବର୍ଷ ଧରି ଶାସନରେ ଥିଲେ। ହେଲେ ମହିଳାଙ୍କ ପାଇଁ କିଛି କଲେ ନାହିଁ। ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି। କଂଗ୍ରେସ କେବଳ ଗାନ୍ଧୀ ପରିବାରର ମହିଳା ଆଗକୁ ଯାଉ ସେହି ଚିନ୍ତା କରୁଛନ୍ତି। ଆପଣ ଜଣାଇଛନ୍ତି ୨୩ରେ ଯେଉଁ ବିଲ ଆସିଲା ୨୪ରେ ଲାଗୁ ହୋଇପାରିବ ନାହିଁ। ତେଣୁ ସମର୍ଥନ କଲେ ଏବେ ବିରୋଧ କରୁଛନ୍ତି। ସେହି ସମାନ ରାସ୍ତାରେ ବିଜେଡି ଯାଉଛି। ମହିଳାଙ୍କ ଭୋଟ ହାତେଇବା ପାଇଁ ୨୦୧୮ରେ ଏହାକୁ ବିଧାନସଭାରେ ଆଣିଥିଲେ। ଏବେ ଲୋକସଭାରେ ବିଜେଡିର ଗୋଟିଏ ବି ସାଂସଦ ନାହଁନ୍ତି। ତେଣୁ ଛଳନା ପାଇଁ ବିଜେପିର ୨୦ ସାଂସଦଙ୍କୁ ଚିଠି ଲେଖିଥିଲେ ନବୀନ ବାବୁ । ଯେଉଁମାନେ ବର୍ଷ ବର୍ଷ ଧରି କିଛି କରିପାରିଲେ ନାହିଁ। ସେମାନେ ଆଜି ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁଛନ୍ତି। ସେମାନେ କେବେ ମହିଳାଙ୍କୁ ଟିକେଟ ଦେଇଥିଲେ। ବିଜେଡି ପଞ୍ଚାୟତରେ ଦେଲେ ହେଲେ ପାର୍ଲିଆମେଣ୍ଟରେ କାହିଁକି ନାହିଁ। କାଳେ ମହିଳା ନେତା ହୋଇଯିବେ, ସେହି ଭୟରେ ଦେଲେ ନାହିଁ। ଏବେ ବିକାଶ ନୀତିନିୟନ୍ତା ହେବେ ମହିଳା । ମୋଦି ଅଛନ୍ତି ତ ସବୁ ସମ୍ଭବ। ଇତିହାସ ଏମାନଙ୍କୁ କ୍ଷମା ଦେବ ନାହିଁ। ଯେଉଁମାନେ ମହିଳାଙ୍କୁ ଅବହେଳା କରିଛନ୍ତି । ସେମାନଙ୍କୁ ସମୟ ହିଁ ଅବହେଳା କରିଦେବ। ନବୀନ ବାବୁ ଆପଣ ଆଉ ମହିଳାଙ୍କୁ ବୋକା ବନେଇପାରିବେନି।

Also Read:-Buddha Purnima: ବୁଦ୍ଧ ପୂର୍ଣ୍ଣିଆରେ ସୃଷ୍ଟି ହେଉଛି ଗ୍ରହର ମହାସଂଯୋଗ ! ଏହି ୪ ରାଶି ବ୍ୟକ୍ତିଙ୍କର ରାତାରାତି ବଦଳିବ ଭାଗ୍ୟ

ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ଦିନ । ମହିଳାଙ୍କ ସଂରକ୍ଷଣକୁ ନେଇ ଦିନିକିଆ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଉଛି । ଯାହା ପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତ ହୋଇଛି । ସଂସଦରେ ସୀମା ନିର୍ଦ୍ଧାରଣ ଏବଂ 33ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବ କାଟ ଖାଇବା ପରେ ଆଜି ବିଧାନସଭାରେ ସେହି ବିଲକୁ ଆଣି ଆଲୋଚନା କରିବାକୁ ଚାହିଁଛନ୍ତି ସରକାର ।