ଭୁବନେଶ୍ୱର,୨୮୧୧ : ଆସିଗଲା ଶୀତ। କାର୍ଷିକର ବିଦାୟ ସହ ରାଜ୍ୟକୁ ପଶିଛି କାଲୁ ଆ ପବନ। ସବୁଠି ଏବେ ଥଣ୍ଡା ବଢ଼ିଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ି ଶା ଥରୁ ଛି ଶୀତରେ। ଉପକୂଳକୁ ବି ମାଡ଼ି ଆସିଛି ଶୀତୁ ଆ ପବନ ।

ତେବେ ଗତ ଶୁକ୍ରବାର ରାତିରେ ପାରଦ ଏତେ ଖସିଲା ଯେ କୋରାପୁଟର ସେମିଳିଗୁଡ଼ା ୭.୧ ଡିଗ୍ରୀ ଓ କନ୍ଧମାଳର ଜି.ଉଦୟଗିରି ୭.୬ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ଦାରିଙ୍ଗିବାଡ଼ି ୧୦, ଝାରସୁଗୁଡ଼ା ୧୦.୮, ଚିପିଲିମା ୧୦.୮, ଫୁଲବାଣୀ ୧୧, ଭବାନୀପାଟଣା ୧୨, ରାଉରକେଲା ୧୨.୩, କିରେଇ ୧୨.୮, କୋରାପୁଟ ୧୩, କେନ୍ଦୁଝର ୧୩ ଡିଗ୍ରୀ ଥିଲା । ସମ୍ବଲପୁର ୧୩.୮, ବଲାଙ୍ଗୀର ୧୪, ଦେବଗଡ଼ ୧୪.୨, ରାୟଗଡ଼ା ୧୪.୬, ସୋନପୁର ୧୪.୮ ଡିଗ୍ରୀ ଥିଲା। କେବଳ ସେତିକି ନୁହେଁ, ଉପକୂଳରେ ବି ଥଣ୍ଡା ବଢ଼ିଛି। ଭୁବନେଶ୍ଵରରେ ତାପମାତ୍ରା ୧୫.୫ ଡିଗ୍ରୀ ଥିବାବେଳେ କଟକ ୧୪.୪, ଭଦ୍ରକର ରାଣୀତାଲ ୧୩, ବାଲେଶ୍ଵର ୧୫ ଡିଗ୍ରୀ ଛୁଇଁଥିଲା ଶୁକ୍ରବାର ରାତିରେ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆହୁରି ୨-୩ ଡିଗ୍ରୀ ଖସିପାରେ ପାରଦ ରବିବାର ସକାଳ ସୁଦ୍ଧା। ଏଭଳି ଥଣ୍ଡା ଏବେ ରହିବ। ପାଗ ମୁଖ୍ୟତଃ ଶୁଖିଲା ରହିବ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ । ରବିବାର ସକାଳେ ରାଜ୍ୟର କେତେକ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।