ଭୁବନେଶ୍ୱର ୧୫।୧୦: ଆଜି ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ। ବିଭିନ୍ନ ପଦପଦବି ପାଇଁ ମଇଦାନରେ ଅଛନ୍ତି ୬୮୯୧ ପ୍ରାର୍ଥୀ।

ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି, ଯାହା ଦିନ ୨ଟା ଯାଏ ଚାଲିବ ଭେଟ୍ । ଏହାପରେ ଗଣତି ହୋଇ ସଂଧ୍ୟାରେ ପ୍ରକାଶ ପାଇବ ଫଳ । ଶାନ୍ତି ଶୃଂଖଳାରେ ନିର୍ବାଚନ ପାଇଁ କ୍ୟାମ୍ପସରେ ପୋଲିସ ଛାଉଣୀ ରହିଛି । ତେବେ କିଛି କଲେଜ, ବିଶ୍ଵ ବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ମଇଦାନରେ ଅଛନ୍ତି ୮୬୬ ଜଣ ସଭାପତି, ୬୧୬ ଜଣ ସାଧାରଣ ସଂପାଦକ ଓ ୧୭୬ଜଣ ଉପସଭାପତି ପ୍ରାର୍ଥୀ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହେବ।

Also Read:-ନିର୍ବାଚନରେ ସବୁ ସମ୍ଭବ, ମହାପ୍ରସାଦ ଖାଅ, ଗୋଲାପ ନିଅ.. ଆମକୁ ଭୋଟ୍ ଦିଅ…

ତେବେ ଫଳାଫଳ କହିବ- ଜେନ୍ ଜି କାହାକୁ ଭରସିଲେ? ସମସ୍ତେ ଅପେକ୍ଷା କରିଛନ୍ତି, ଉତ୍କଳ, ରମାଦେବୀ, ରେଭେନ୍ସା, ସମ୍ବଲପୁର, ମାଣିକେଶ୍ୱରୀ, ଧରଣୀଧର, ଏଫଏମ୍ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଏଥର କେଉଁ ଛାତ୍ର ସଂଗଠନର ବିଜୟ ଧ୍ଵନୀ କମ୍ପିବ? ବାଣୀବିହାର କ୍ୟାମ୍ପସରେ କଡ଼ା ସୁରକ୍ଷା ଭିତରେ ହେବ ନିର୍ବାଚନ। ଉତ୍କଳ ବିଶ୍ୱବିଦ୍ୟାଳୟରେ ମଇଦାନରେ ଅଛନ୍ତି ମୋଟ ୨୯ ପ୍ରାର୍ଥୀ ।

Watch Video:-