LIVE TV

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବ୍ରହ୍ମପୁରରେ ଡିଜିପିଙ୍କ ସମୀକ୍ଷା ବୈଠକ, ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

NEWS7
bmp

ବ୍ରହ୍ମପୁର ୨୦।୦୯ : ଆସନ୍ତା ୨୭ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁରରେ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବେ ମାନ୍ୟବର ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବ୍ରହ୍ମପୁର ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ଓଡ଼ିଶା ଡିଜିପି ଓ୍ୱାଇ.ବି ଖୁରାନିଆ ।

ଖବର ଅନୁଯାୟୀ, ଆସନ୍ତା ୨୭ ତାରିଖରେ ବ୍ରହ୍ମପୁରରେ ହେବାକୁ ଯାଉଛି ଯୁବ ସମାବେଶ । ଏଥିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରଥମେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଗସ୍ତ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ ଶନିବାର ଦିନ ବ୍ରହ୍ମପୁର ଗସ୍ତରେ ଆସିଛନ୍ତି । ବ୍ରହ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ରଙ୍ଗେଇଲୁଣ୍ଡାରେ ଜିଲ୍ଲା ଓ ପୋଲିସ ପ୍ରଶାସନ ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସମୀକ୍ଷା ବୈଠକ କରିଛନ୍ତି । ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଗସ୍ତ ନେଇ ସମୀକ୍ଷା କରିବା ପରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।