ଓଡ଼ିଶା ମେରିଟାଇମ୍ ଏକାଡେମୀ ପକ୍ଷରୁ ଜାନୁଆରୀରୁ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ୬ ମାସିଆ ଆବାସିକ Pre-sea General Purpose Rating Courseରେ ନାମଲେଖା ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ୩୦ ଏପ୍ରିଲ ୨୦୨୬ ସୁଦ୍ଧା ନିଜର ଆବେଦନ ପତ୍ର ଦାଖଲ କରିପାରିବେ।

କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା:

  • ସରକାରୀ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଇଂରାଜୀ, ଗଣିତ ଏବଂ ବିଜ୍ଞାନ ବିଷୟ ସହିତ ଅତିକମରେ ୪୦% ମାର୍କ ରଖି ଦଶମ (Xth) ପାସ୍ କରିଥିବେ (ଦଶମ ବା ଦ୍ୱାଦଶରେ ଇଂରାଜୀରେ ୪୦% ମାର୍କ ବାଧ୍ୟତାମୂଳକ)।                                                                           
  • ଯେକୌଣସି ଷ୍ଟ୍ରିମ୍‌ରେ ଦ୍ୱାଦଶ (XIIth) ଅନୁନ୍ୟ ୪୦% ମାର୍କ ସହ ପାସ୍ କରିଥିବେ(ଦଶମରେ ଇଂରାଜୀରେ ୪୦% ମାର୍କ ବାଧ୍ୟତାମୂଳକ)
  • ସ୍ୱୀକୃତିପ୍ରାପ୍ତ ୨ ବର୍ଷିଆ ଆଇଟିଆଇ (ITI) କୋର୍ସରେ ୪୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବେ(ଦଶମ ବା ଦ୍ୱାଦଶରେ ଇଂରାଜୀରେ ୪୦% ମାର୍କ ବାଧ୍ୟତାମୂଳକ)

 ପ୍ରାର୍ଥୀଙ୍କ ଆବଶ୍ୟକ ବୟସ ସୀମା:

  • ଜାନୁଆରୀ ୧, ୨୦୨୬ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୭.୫ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ହୋଇଥିବା ଆବଶ୍ୟକ
  • ନିୟମ ଅନୁଯାୟୀ SC/ST ବର୍ଗ ପାଇଁ ୫ ବର୍ଷ କୋହଳ​​​​​​​
  • ​​​​​​​ଓବିସି (OBC) ପ୍ରାର୍ଥୀଙ୍କ ପାଇଁ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି
  • ଡିଗ୍ରୀ/ଡିପ୍ଲୋମା ଧାରୀଙ୍କ ପାଇଁ ସର୍ବାଧିକ ବୟସ ୨୭ ବର୍ଷ

କ'ଣ ରହିବା ଦରକାର ଶାରୀରିକ ଯୋଗ୍ୟତା 

ମର୍ଚ୍ଚାଣ୍ଟ ସିପିଂ ନିୟମାବଳୀ ଅନୁଯାୟୀ ପ୍ରାର୍ଥୀ ଶାରୀରିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆବଶ୍ୟକ। ​​​​​​​

ପାସପୋର୍ଟ: ଏହାସହ ନାମଲେଖା ପାଇଁ ପାସପୋର୍ଟ ନିତାନ୍ତ ବାଧ୍ୟତାମୂଳକ ଅଟେ, ଏହା ବିନା ଆବେଦନ ଗ୍ରହଣ କରାଯିବ ନାହିଁ।

କେତେ କୋର୍ସ ଫି' ଦେବାକୁ ପଡିବ?

  • ଓଡ଼ିଶା ବାହାର ପ୍ରାର୍ଥୀଙ୍କ ପାଇଁ କୋର୍ସ ଫି' ୧,୫୬,୦୦୦ ଟଙ୍କା
  • ଓଡ଼ିଶାର ବାସିନ୍ଦାଙ୍କ ପାଇଁ ଏହା ୧,୨୫,୦୦୦ ଟଙ୍କା ରଖାଯାଇଛି
  • ଏହି କୋର୍ସ ଫି'ରେ ରହିବା, ଖାଇବା, ଟ୍ୟୁସନ୍ ଫି' ଏବଂ ପରୀକ୍ଷା ଫି' ଅନ୍ତର୍ଭୁକ୍ତ

କ'ଣ ରହିଛି ଆବେଦନ ପ୍ରକ୍ରିୟା? 

 କିପରି କରିବେ ଆବେଦନ:

  • ଆଶାୟୀମାନେ ୱେବସାଇଟ୍ (www.odishamaritime.com) ରୁ ଆବେଦନ ଫର୍ମ ଡାଉନଲୋଡ୍ କରି ପୂରଣ କରିବେ।
  • ଆବଶ୍ୟକୀୟ କାଗଜପତ୍ରର ନକଲ ଏବଂ 'Odisha Maritime Academy' ନାମରେ ପାରାଦୀପରେ ଦେୟ ଥିବା ୫୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ (DD) ସହ ସ୍ପିଡ୍ ପୋଷ୍ଟ/କୁରିଅର୍ ମାଧ୍ୟମରେ ପଠାଇବେ।
  • ​​​​​​​ ଆବେଦନ ପତ୍ର ୩୦ ଏପ୍ରିଲ ୨୦୨୬ ଅପରାହ୍ନ ୫:୦୦ ସୁଦ୍ଧା ପହଞ୍ଚିବା ଜରୁରୀ।

 କ'ଣ ରହିଛି ଚୟନ ପ୍ରକ୍ରିୟା?
​​​​​​​ଆବେଦନ ପତ୍ର ପାଇବା ପରେ ପ୍ରାର୍ଥୀମାନଙ୍କୁ 'ପ୍ରଥମେ ଆସିଲେ ପ୍ରଥମେ ପାଇବେ' (First come First serve) ଭିତ୍ତିରେ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ମନୋନୀତ ପ୍ରାର୍ଥୀମାନେ ୫୦,୦୦୦ ଟଙ୍କାର ଅଗ୍ରୀମ ଆଡମିସନ୍ ଫି' (ନନ୍-ରିଫଣ୍ଡେବଲ୍) ଦେଇ ନିଜର ସିଟ୍ ସଂରକ୍ଷଣ କରିପାରିବେ, ଯାହାକି ଚୂଡ଼ାନ୍ତ ଆଡମିସନ୍ ସମୟରେ ଆଡଜଷ୍ଟ କରାଯିବ।

ଇଚ୍ଛୁକ ପ୍ରାର୍ଥୀମାନେ ସମ୍ପୂର୍ଣ୍ଣ ତଥା ଟିକନିକ ତଥ୍ୟ ଏବଂ ସବିଶେଷ ସୂଚନା ପାଇଁ Odisha Maritime Academyର Official Website (www.odishamaritime.com) visit କରନ୍ତୁ ଏବଂ website ଅନୁଯାୟୀ ଆବେଦନ କରନ୍ତୁ ।