ଭୁବନେଶ୍ୱର ୦୮।୦୪ : ଗୋ-ମାଫିଆଙ୍କୁ ସରକାରଙ୍କ କଡ଼ା ଚେତାବନୀ । ସୁଧିରିଯାଅ ନଚେତ୍ ସୁଧାରିଦେବୁ । ଗୋ-ମାଫିଆଙ୍କୁ କୌଣସି ପ୍ରକାରର କ୍ଷମା ଦିଆଯିବନାହିଁ । ଏକଥା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋ ମାତାଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବାଲେଶ୍ୱର, ଭଦ୍ରକ ମୟୂରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋ-ମାଫିଆଙ୍କ ଘରେ ଚଢ଼ାଉ ଚାଲିଛି। ୪୬ଲକ୍ଷରୁ ଅଧିକ ଟଙ୍କା, ୨ କେଜିରୁ ଅଧିକ ସୁନା କାର, ବାଇକ, ମାରଣାସ୍ତ୍ର ଜବତ ହୋଇଛି। ଜୋରଦାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୮ରୁ ଅଧିକ ଗୋ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି। ଗୋ-ମାଫିଆଙ୍କ ଚରାଭୂଇଁରେ ଚଢାଉ ଚାଲିଛି । ଆଗକୁ ଅନ୍ୟ ଜିଲ୍ଲାରେ ଖୁବ ଶୀଘ୍ର ଚଢାଉ କରାଯିବ । ପୂର୍ବ ସରକାରରେ ଗୋ-ମାଫିଆ ସକ୍ରିୟା ଥିବା ବେଳେ ଏବେ ନିଷ୍ଟ୍ରିୟ କରାଯାଉଛି । ରାଜନୈତିକି ପୁଷ୍ଠପୋଷକତାରେ ଏହି କାମ ଚାଲିଥିଲା । ସରକାରୀ ଅଧିକାରୀଙ୍କ ସହାୟତାରେ ଏଭଳି ଦୁର୍ଦ୍ଦାନ୍ତ କାମ କରିବାକୁ ପଛାଉନଥିଲେ ମାଫିଆ । ବର୍ତ୍ତମାନ ଯଦି ଏମାନଙ୍କୁ କିଏ ସହଯୋଗ କରୁଥାଏ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Also Read:-ଗୋ-ମାଫିଆଙ୍କ ବିରୋଧରେ ଆକ୍ସନ, ୮ଟି ସ୍ଥାନରେ ଚାଲିଛି ଚଢାଉ, ଘରୁ ଠାବ ହେଲା ସିକ୍ରେଟ୍ ରୁମ୍

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗୋ-ମାଫିଆଙ୍କ ବିରୋଧରେ ଆକ୍ସନମୋଡ଼କୁ ଆସିଛି ପ୍ରଶାସନ । ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଆଦି ଜିଲ୍ଲାମାନଙ୍କରେ ଜିଲ୍ଲା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ପୋଲିସକୁ ଅନେକ ସାମଗ୍ରୀ, ନଗଦ ଟଙ୍କା, ସିକ୍ରେଟ୍‌ ରୁମ୍‌, ଦାମୀ ଗାଡ଼ି, ଘର ମିଳିଛି । ଏକାସାଙ୍ଗେ ଏକାଧିକ ସ୍ଥାନରେ ଚଢାଉ କରିଥିଲା ପୋଲିସ ।