ନୀଳଗିରି: ମୃତ୍ୟୁ ଏମିତି ବି ଆସେ। ରୋଗୀଙ୍କୁ ସେବା କରୁଥିଲେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିଲା। ହେଲେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଯାଜପୁର ମେଡିକାଲ୍ କଲେଜରୁ ଆସିଛି ଏମିତି ଦୁଃଖଦ ଘଟଣା।

ସୂଚନା ଅନୁଯାୟୀ, ସବୁ ଦିନ ଭଳି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରୁ ଆସି ଯାଜପୁର ମେଡିକାଲ କଲେଜ ରୋଗୀ ସେବା କରୁ କରୁ ଶବ ପାଲଟିଲେ ଡାକ୍ତର। ଡାକ୍ତରଙ୍କ ଏଭଳି ହଠାତ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଯାଜପୁର ମେଡିକାଲ କଲେଜର ଆନେସ୍ଥେସିଆ ଡାକ୍ତର ରାଜେଶ ସାହୁ (୩୮) ରବିବାର ରାତ୍ରିରେ ଓଟିରେ ରୋଗୀ ଚିକିତ୍ସା କରୁଥିଲେ।ଏହି ସମୟ ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ଯ୍ୟଗୃହକୁ ଯାଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସରେ ଯାଜପୁର ରୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା।

Also Read: ଲକ୍ଷ୍ନୌ ଅଗ୍ନିକାଣ୍ଡ: ପ୍ରତ୍ୟକ୍ଷଦର୍ଶୀଙ୍କ ଛାତିଥରା କାହାଣୀ: ଜୀବନ ବଞ୍ଚାଇବାକୁ ଜଳୁଥିବା କେବୁଲ୍ ତାର ଧରି ଡେଇଁ ପଡ଼ିଲେ

ହେଲେ କଟକ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ଜାମୁଡିହା ଗ୍ରାମର ଭାସ୍କର ସାହୁଙ୍କର ବଡ ପୁଅ। ପରେ ତାଙ୍କର ମରଶରୀରକୁ ଜନ୍ମ ମାଟିକୁ ନିଆଯାଇଥିଲା। ଗ୍ରାମରେ ଶୋକାକୁଳ ପରିବେଶରେ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ତାଙ୍କର ୭ ବର୍ଷର ଶିଶୁକନ୍ୟା ଅଛନ୍ତି।