ରାୟଗଡ଼ା: କୁଖ୍ୟାତ ଅପରାଧୀ ହାଡପା ଶିବା ନାଁରେ ଜାତୀୟ ସୁରକ୍ଷା ଆଇନ ବା NSA ଲାଗୁ ହୋଇଛି। ଏନେଇ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ତେବେ ଜିଲ୍ଲାପାଳଙ୍କ ଆଦେଶକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ଗୁରୁବାର ଗୃହ ବିଭାଗର ସ୍ପେଶାଲ୍ ସେକ୍ସନ୍ ପକ୍ଷରୁ ଏନେଇ ଆଦେଶ ଜାରି କରାଯାଇଛି।

ସୂଚନା ଅନୁସାରେ, ହାଡପା ଶିବା ନାମରେ ହତ୍ୟା, ଲୁଟ୍, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ଭଳି ବିଭିନ୍ନ ଥାନାରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ମାମଲା ରହିଛି। ଏନେଇ ରାୟଗଡ଼ା ଜିଲ୍ଲାପାଳ ଗତ ଅଗଷ୍ଟ ତାରିଖରେ ଅଟକ ଆଦେଶ ଜାରି କରିଥିଲେ। ଜାତୀୟ ସୁରକ୍ଷା ଆଇନ, ୧୯୮୦ର ଧାରା ୩ର ଉପଧାରା ୪ ଅନୁଯାୟୀ ରାଜ୍ୟ ସରକାର ଏହି ଅଟକ ଆଦେଶକୁ ଅନୁମୋଦନ କରିଛନ୍ତି। ସରକାରୀ ଆଦେଶ ଅନୁସାରେ ଅଟକଥିବା ଅପରାଧି ଶିବାକୁ ସମ୍ବଲପୁର ସର୍କଲ୍ ଜେଲରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅଟକ ରଖାଯିବ ବୋଲି ନିର୍ଦ୍ଧେଶନାମାରେ କୁହାଯାଇଛି।

Also Read: ୨୦୦୩ରେ ମାମଲା, ୨୦୨୬ରେ ଦଣ୍ଡ : ଚାଉଳ-ଗହମ ପରିବହନରେ ଅନିୟମିତତା, ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଦୋଷୀ