ନୂଆଦିଲ୍ଲୀ: ଭୋଟର ତାଲିକାରେ ପ୍ରଥମ ଥର ନାମ ସଂଯୁକ୍ତ କରୁଥିବା ନୂଆ ଭୋଟରଙ୍କ ଲାଗି ନିର୍ବାଚନ ଆୟୋଗ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ନୂଆ ପ୍ରାବଧାନ ଲାଗୁ କରିଛନ୍ତି। ଏବେ ଫର୍ମ-୬ ପୂରଣ କରୁଥିବା ଆବେଦନକାରୀଙ୍କୁ ନିଜ ପିତାମାତଙ୍କ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ସମ୍ପର୍କିତ ସୂଚନା ମଧ୍ୟ ଦେବାକୁ ପଡିବ। ଯଦି ଅନଲାଇନ ଆବେଦନ କାଳରେ ଏହି ଘୋଷଣାପତ୍ର ପୂରଣ ନ କରାଯାଏ ତେବେ ଆବେଦନ ଆଗକୁ ବଢି ପାରିବ ନାହିଁ।

ଆୟୋଗଙ୍କ ଅନୁସାରେ ଯଦି ପିତାମାତା ପିଛିଲା ଏସଆଇଆର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ତେବେ ଆବେଦନକାରୀଙ୍କୁ ସେମାନଙ୍କ ବିଧାନସଭା ନିର୍ବାଚନମଣ୍ଡଳି, ପୋଲିଂ ବୁଥ (ପାର୍ଟ ନମ୍ବର) ଓ ଭୋଟର ଲିଷ୍ଟରେ ଥିବା କ୍ରମାଙ୍କର ସୂଚନା ଦେବାକୁ ପଡିବ। ଯଦି ପିତାମାତା ଏସଆଇଆରରେ ସାମିଲ ନଥିଲେ ତେବେ ଏହାର ବିକଳ୍ପ ଚୟନ କରି ଯଦି ସେମାନଙ୍କ ନାମ ଉପଲବ୍ଧ ଥାଏ ତେବେ ଇପିଆଇସି କ୍ରମାଙ୍କ ନମ୍ବର ଦେବାକୁ ପଡିବ। ନିର୍ବାଚନ ଆୟୋଗଙ୍କ କହିବା କଥା ହେଉଛି ଏହା ଦ୍ୱାରା ନୂଆ ଭୋଟରଙ୍କ ପରିଚୟ ସତ୍ୟାପିତ କରିବାରେ ସହଜ ହେବ ଓ ଅନେକ ମାମଲାରେ ଅତିରିକ୍ତ କାଗଜପତ୍ରର ଆବଶ୍ୟକତା ମଧ୍ୟ କମ୍ ପଡିବ।

ଆୟୋଗ ଏହା ବି ଦୋହରାଇଛନ୍ତି ଯେ ଏସଆଇଆରର ଉଦ୍ଦେଶ୍ୟ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଓ ମୃତ, ନକଲୀ, ସ୍ଥାନାନ୍ତରିତ ତଥା ବିଦେଶୀ ଭୋଟରଙ୍କ ନାମ ହଟାଇବା। ତେବେ ନିର୍ବାଚନ ଆୟୋଗଙ୍କ ଏହି ନୂଆ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଫର୍ମ-୬ ଜନପ୍ରତିନିଧିତ୍ୱ ଅଧିନିୟମ ଓ ଭୋଟର ପଞ୍ଜିକରଣ ନିୟମ ଅନୁସାରେ ନିର୍ଦ୍ଧାରିତ ଫର୍ମାଟର ଅଂଶବିଶେଷ। ଏଣୁ ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ଲାଗି କେନ୍ଦ୍ର ସରକାରଙ୍କ ଅଧିସୂଚନା ଓ ଗେଜେଟରେ ସଂଶୋଧନ ଆବଶ୍ୟକ। ହେଲେ ଏପର୍ଯ୍ୟନ୍ତ ଏପରି କୌଣସି ସଂଶୋଧନ ସାର୍ବଜନିକ ରୂପେ ଜାରି ହୋଇ ନାହିଁ।

ଇତି ମଧ୍ୟରେ ଭାରତରେ ଚାଲିଥିବା ଏସଆଇଆର ପ୍ରକ୍ରିୟାର ପାରଦର୍ଶିତା ନେଇ ମିଳିତ ଜାତି ସଂଘ(ୟୁଏନ) ବିଶେଷ ଦୂତ ଚିନ୍ତା ବ୍ୟକ୍ତ କରିଛନ୍ତି, ଯାହାକୁ ନିର୍ବାଚନ ଆୟୋଗ ଖାରଜ କରି ପୁରା ପ୍ରକ୍ରିୟାକୁ ସାମ୍ବିଧାନିକ ଓ ପାରଦର୍ଶି ବୋଲି କହିଛନ୍ତି। ଏବେ ପ୍ରଥମ ଥର ଭୋଟ ଦେବା ପାଇଁ ଅନଲାଇନରେ ଫର୍ମ-୬ ପୂରଣକାରୀ ଙ୍କୁ ଏହା ଜଣାଇବାକୁ ପଡିବ ଯେ ତାଙ୍କ ମାତା-ପିତା ପିଛିଲା ଏସଆଇଆରରେ ସାମିଲ ଥିଲେ ନା ନାହିଁ। ଏହି ସୂଚନା ନ ଦେଇ ଅନଲାଇନ ଫର୍ମ ପୁରଣ ହୋଇ ପାରିବ ନାହିଁ। ଏହାଛଡା ଆବେଦନକାରୀଙ୍କୁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳିର ନମ୍ବର, ପୋଲିଂ ବୁଥ(ପାର୍ଟ ନମ୍ବର) ଭୋଟର ଲିଷ୍ଟରେ ଥିବା କ୍ରମାଙ୍କ(ସିରିଏଲ ନମ୍ବର) ପୂରଣ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଆବେଦନକାରୀଙ୍କୁ ସମ୍ପର୍କିତ ବିକଳ୍ପ ବାଛିବାକୁ ପଡିବ ଓ ମାତାପିତାଙ୍କ ନାମ ତଥା ଉପଲବ୍ଧ ଥିଲେ ସେମାନଙ୍କ ଇପିଆଇସି (ଭୋଟର ଆଇଡି) ନମ୍ବର ଦେବାକୁ ପଡିବ।

ଆୟୋଗଙ୍କ କହିବା କଥା ହେଉଛି ଏହା ଦ୍ୱାରା ନୂଆ ଭୋଟରଙ୍କ ପରିଚୟ ସତ୍ୟାପନ କରିବା ସୁଗମ ହେବ ଓ ଅବେଦନ ସହିତ ଅତିରିକ୍ତ କାଗଜପତ୍ର କମ୍ ଜମା କରିବାକୁ ପଡିବ। ତେବେ ଆଇନ ବିଶେଷଜ୍ଞଙ୍କ କହିବା କଥା ହେଉଛି ଫର୍ମ-୬ଫର୍ମାଟ ଆଇନତଃ ନିର୍ଦ୍ଧାରିତ। ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ଅଧିସୂଚନା ଜାରି କରିବା ସହ ଏଥି ପାଇଁ ଗେଜେଟ୍ ରେ ସଂଶୋଧନ କରିବା ଆବଶ୍ୟକ। ୧୮ ବର୍ଷ ପୂରଣ କରି ପ୍ରଥମ ଥର ଭୋଟର ହେଉଥିବା ୟୁବ ବର୍ଗଙ୍କୁ ଏବେ ନିଜର ଓ ମାତାପିତାଙ୍କ ପୁରୁଣା ଏସଆଇଆର ରେକର୍ଡର ସୂଚନା ସଂଗ୍ରହ କରିବାକୁ ପଡିବ। ଯେଉଁମାନଙ୍କ ପାଖରେ ଏହି ସୂଚନା ନଥିବ ସେମାନେ କିପରି ଆବେଦନ କରିବେ ସେ ନେଇ ନିର୍ବାଚନ ଆୟୋଗ ଏବେ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରି ନାହାନ୍ତି।