ବ୍ରହ୍ମପୁର।ଖଲ୍ଲିକୋଟ ୨୪।୭: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଜଙ୍ଗଲ ରାସ୍ତାରେ ଅପରାଧୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ । ଏକାଧିକ ଲୁଟ୍ ଓ ଡକାୟତି ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଓରଫ ଘନଶ୍ୟାମ ବେହେରା ପୋଲିସ ଗୁଳିରେ ଆହତ ହୋଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ ନାଇତାଡ଼ା ସାହିର ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଧରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଭିଯାନ ଆରମ୍ଭ କରିଥିଲା । କୋଦଳା-ସିଂହାସିନୀ ଜଙ୍ଗଲ ରାସ୍ତାରେ ବାଇକରେ ଯାଉଥିବା କାଳିଆ ଓ ତା'ର ସହଯୋଗୀଙ୍କୁ ପୋଲିସ ପିଛା କରିବାରୁ, ସେମାନେ ହଠାତ୍ ପୋଲିସ ଟିମ୍ ଉପରକୁ ବୋମା ମାଡ଼ କରିବା ସହ ଗୁଳି ଚଳାଇଥିଲେ । ଆତ୍ମରକ୍ଷା ପାଇଁ ଇନ୍ସପେକ୍ଟର କୁଳମଣି ସେଠୀ ପାଲଟା ଗୁଳି ଚଳାଇବାରୁ କାଳିଆର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ।

Also Read:- ଆୟୁର୍ବେଦିକ ପାର୍ଲରରେ ଚାଲିଥିଲା S*X ରାକେଟ୍, ଖସି ଆସିଲେ ଯୁବତୀ, ପୋଲିସ ଯାହା ଦେଖିଲା...

ଆହାତ କାଳିଆକୁ ପ୍ରଥମେ କୋଦଳା CHCରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର କରାଯାଇଛି । ଏହି ଏନକାଉଣ୍ଟରରେ IIC କୁଳମଣି ସେଠୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି ।