ନୂଆଦିଲ୍ଲୀ: ଯୁବବର୍ଗଙ୍କୁ ଆକୃଷ୍ଟ କଲା ଭଳି ୟୁନିକ୍ ଡିଜାଇନ୍ ପାଇଁ ଜଣାଶୁଣା ଟେକ୍ ବ୍ରାଣ୍ଡ୍‌ 'ନଥିଙ୍ଗ' (Nothing) ଭାରତୀୟ ବଜାରରେ ଏହାର ନୂଆ 'B' ସିରିଜ୍ର ପ୍ରଥମ ଫୋନ୍ Nothing Phone (4b) ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ କମ୍ପାନୀ ସବୁଠାରୁ ବଡ଼ ବ୍ୟାଟେରୀ ସହିତ ଆଡଭାନ୍ସ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଫିଚର୍ସ ଦେଇଛି, ଯାହା ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବ।

ଡିଜାଇନ କଥା କହିଲେ, ନଥିଙ୍ଗର ପାରମ୍ପରିକ ଟ୍ରାନ୍ସପରେଣ୍ଟ ବ୍ୟାକ୍ ଡିଜାଇନ୍ ସହ ଏଥିରେ ଏକ ନୂଆ Glyph Bar ଦିଆଯାଇଛି। ଏହି ଲାଇଟ୍ ବାର୍ରେ ୪୫ଟି ମିନି ଏଲଇଡି (LED) ରହିଛି, ଯାହା ପୂର୍ବ ଅପେକ୍ଷା ୪୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ। ଏଥିରେ ୟୁଜରଙ୍କୁ ନୋଟିଫିକେସନ୍, ଟାଇମର୍, ଚାର୍ଜିଂ ଷ୍ଟାଟସ୍ ଏବଂ କ୍ୟାମେରା କାଉଣ୍ଟଡାଉନ୍ ଭଳି ଅନେକ ସୂଚନା ଲାଇଟ୍ ମାଧ୍ୟମରେ ମିଳିପାରିବ।

ଦମଦାର୍ କ୍ୟାମେରା ଓ ଡିସପ୍ଲେ:

ଫୋନରେ ୧୨୦Hz ରିଫ୍ରେସ୍ ରେଟ୍ ୬.୭୭ ଇଞ୍ଚର Super AMOLED ଡିସପ୍ଲେ ରହିଛି। ଫଟୋଗ୍ରାଫି ପାଇଁ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ (OIS) ସହ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ଏବଂ ୮ ମେଗାପିକ୍ସେଲର ଅଲଟ୍ରା-ୱାଇଡ୍ କ୍ୟାମେରା ଦିଆଯାଇଛି। ସେହିପରି ସେଲଫି ପାଇଁ ୧୬ ମେଗାପିକ୍ସେଲ୍ର କ୍ୟାମେରା ରହିଛି।

Also Read: ବଢିବ ମୋବାଇଲ୍ ବିଲ, ଏବେ ଗଣିବାକୁ ହେବ ୧୫% ଅଧିକ ଟଙ୍କା

ପ୍ରୋସେସର ଓ ବ୍ୟାଟେରୀ:

ଭାରତୀୟ ଗ୍ରାହକଙ୍କ ପାଇଁ ଏହି ଫୋନରେ ୩୩W ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ୬,୦୦୦mAhର ବଡ଼ ବ୍ୟାଟେରୀ ଦିଆଯାଇଛି। ସେହିଭଳି ଫୋନ୍ର ପରଫରମାନ୍ସକୁ ସୁପରଫାଷ୍ଟ କରିବା ପାଇଁ ଏଥିରେ Qualcomm Snapdragon 6 Gen 4 ପ୍ରୋସେସର ରହିଛି। ଗେମିଂ ସମୟରେ ଫୋନ୍ ଗରମ ନହେବା ପାଇଁ ଏଥିରେ ଲାର୍ଜ ଭେପର ଚାମ୍ବର କୁଲିଂ ସିଷ୍ଟମ ମଧ୍ୟ ଦିଆଯାଇଛି।

ଆଣ୍ଡ୍ରଏଡ୍ ୧୬ ଏବଂ ଆଡଭାନ୍ସ AI ଇଣ୍ଟିଗ୍ରେସନ୍:

ଏହି ଫୋନ୍ଟି ଲେଟେଷ୍ଟ ଆଣ୍ଡ୍ରଏଡ୍ ୧୬ ଦ୍ବାରା ପରିଚାଳିତ ଏବଂ Nothing OS 4.1 ଅପରେଟିଂ ସିଷ୍ଟମ ଦେଖିବାକୁ ମିଳିବ। ଏଥିରେ କମ୍ପାନୀର ନିଜସ୍ୱ Essential AI ସୁଟ୍ ସହ ଚାଟ୍ଜିପିଟି (ChatGPT) ଭଳି ସ୍ମାର୍ଟ ଫିଚର୍ସ ଦିଆଯାଇଛି। ଯାହାଦ୍ବାରା ରିଅଲ୍-ଟାଇମ୍ରେ ହିନ୍ଦୀ ସମେତ ୧୦୦ରୁ ଅଧିକ ଭାଷାରେ ଅନୁବାଦ (Translation) କରିପାରିବେ। କମ୍ପାନୀ ଏହି ଫୋନ୍ ପାଇଁ ୩ ବର୍ଷର ଆଣ୍ଡ୍ରଏଡ୍ ଅପଗ୍ରେଡ୍ ଏବଂ ୬ ବର୍ଷର ସେକ୍ୟୁରିଟି ଅପଡେଟ୍ର ପ୍ରତିଶ୍ରୁତି ଦେଇଛି।

ଆକର୍ଷଣୀୟ 'RCB Special Edition':

ଆରସିବି (Royal Challengers Bengaluru) ପ୍ରେମୀଙ୍କ ପାଇଁ କମ୍ପାନୀ ଏକ ସ୍ୱତନ୍ତ୍ର ରେଡ୍ କଲର୍ର Nothing Phone (4b) RCB Edition ମଧ୍ୟ ଲଞ୍ଚ କରିଛି।ତେବେ ଏହା କେବଳ ବେଙ୍ଗାଲୁରୁର ଫ୍ଲାଗସିପ୍ ଷ୍ଟୋରରେ ସୀମିତ ପରିମାଣରେ ଉପଲବ୍ଧ ହେବ।

Also Read: First E20 Protest: ଇ-୨୦ ପେଟ୍ରୋଲ ପାଇଁ ଦେଶର ପ୍ରଥମ ଥର ରାସ୍ତାକୁ ଓହ୍ଲାଇଲା ଆନ୍ଦୋଳନ: ସମସ୍ୟା ବଖାଣିଲେ ଗାଡ଼ି ମାଲିକ

ଭାରତରେ ଦାମ୍ କେତେ?

Nothing Phone (4b) ମୁଖ୍ୟତଃ ଦୁଇଟି ଭାରିଆଣ୍ଟରେ ଲଞ୍ଚ ହୋଇଛି। ବେସ୍ ଭାରିଆଣ୍ଟ 8GB RAM + 128GB ଷ୍ଟୋରେଜ୍ ହୋଇଥିବା ବେଳେ, ଏହାର ଦାମ୍ ୩୪,୯୯୯ ଟଙ୍କା ରହିଛି। ସେହିଭଳି 8GB RAM + 256GB ଷ୍ଟୋରେଜର ଦାମ୍ ୩୮,୯୯୯ ଟଙ୍କା ରହିଛି। ଅବଶ୍ୟ ଲଞ୍ଚ୍ ଅଫରରେ ଗ୍ରାହକଙ୍କୁ ବଡ଼ ଡିସ୍କାଉଣ୍ଟ ମଧ୍ୟ ମିଳିବ। ଏହି ସ୍ମାର୍ଟଫୋନ୍ ଆସନ୍ତା ଜୁଲାଇ ୧୪ ତାରିଖରୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ (Flipkart), କ୍ରୋମା (Croma) ଏବଂ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରେ ବିକ୍ରି ପାଇଁ ଉପଲବ୍ଧ ହେବ।