ନୂଆଦିଲ୍ଲୀ,|୦୭:ଆଗାମୀ ୩ରୁ ୪ ମାସ ମଧ୍ୟରେମୋବାଇଲ ଟାରିଫ୍ ଆଉ ୧୨ରୁ ୧୫% ବଢ଼ିପାରେ। ମାତ୍ର ୩+୧ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସହିତ ପ୍ରାଇସିଂ ବାତାବରଣ ଅଧିକ ଅନୁକୂଳ ହୋଇଯାଇଛି। ଫଳରେ ୪ ମାସ ମଧ୍ୟରେ ଟାରିଫ ବଢ଼ିପାରେ ବୋଲି ସେଣ୍ଟ୍ରମ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଟେଲିକମ୍ ଶିଳ୍ପର ଆର୍ଥିକ ପ୍ରଦର୍ଶନକୁ ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ,ଜୁନ୍ ତ୍ରୟମାସରେ ୩ଟି ଯାକ ଘରୋଇ ଟେଲିକମ୍ ଅପରେଟରଙ୍କ ୟୁଜର ପିଛା ହାରାହାରି ରାଜସ୍ବ(ଏଆରପିୟୁ) ୧ରୁ ୧.୫% ବଢ଼ିପାରେ। ଉପଭୋକ୍ତା ୨ଜିରୁ ୪ଜି ଏବଂ ୫ଜିକୁ ଯାଉଛନ୍ତି। ପୋଷ୍ଟପେଡ୍ ଗ୍ରାହକ ସଂଖ୍ୟା ବଢୁଥିବାରୁ କମ୍ପାନିଗୁଡ଼ି କର ରାଜସ୍ବ ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି