ଟୋକିଓ, ୧୪ /୦୩:ମଧ୍ୟପ୍ରାଚ୍ୟରେ୧୫ଦିନ ଧରି ଯୁଦ୍ଧ ଲାଗି ରହିଛି । ଇରାନ ଉପରେ ଘନ ଘନ ମିସାଇଲ ଏବଂ ବୋମା ବର୍ଷା କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଇରାନ ମଧ୍ୟ ପାଲଟା ଜବାବ ଦେଉଛି । ତିନୋଟି ଦେଶ ମଧ୍ୟରେ ଯୁଦ୍ଧ ଏବେ ସିଧାସଳଖ୧୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି । ଏହାରି ଭିତରେ ଉତ୍ତର କୋରିଆରୁ ଆସିଛି ଏକ ବଡ ଖବର ।

ଯୁଦ୍ଧ ଚାଲିଛି । ସମସ୍ତଙ୍କ ନଜର ରହିଛି ଉତ୍ତର କୋରିଆ ଉପରେ । ଏଠାକାର ଶାସକ କିମ୍ ଜଙ୍ଗ୍ ଯୁଦ୍ଧ ଲଢିବା ପାଇଁ ସଦାବେଳେ ଆଗଭଥାଆନ୍ତି । କିନ୍ତୁ ଏବେବି ସେ ପ୍ରତ୍ୟକ୍ଷ ଯୁଦ୍ଧଠୁ ଦୂରରେ । ହେଲେ ଏହାରି ଭିତରେ ନର୍ଥ କୋରିଆ ସମ୍ଭାବ୍ୟ ଯୁଦ୍ଧକୁ ନେଇ ତତ୍ପର ରହିଛି । ଭବିଷ୍ୟତରେ ଦେଶ ଯୁଦ୍ଧ ଲଢିପାରେ ବୋଲି କୁହାଯାଉଛି । ଯେଉଁଥିପାଇଁ ନିଜ ସମୁଦ୍ରରେ ମିସାଇଲ ପରୀକ୍ଷଣ କରିଛି । ଗୋଟିଏକି ଦୁଇଟି ନୁହେଁ ବରଂ୧୦ଟି ମିସାଇଲ ପରୀକ୍ଷଣ କରାଯାଇଛି ।

ରିପୋର୍ଟ ଅନୁସାରେ, ଦକ୍ଷିଣ କୋରିଆର ଜଏଣ୍ଟ୍ ଚିପସ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ, ଉତ୍ତର କୋରିଆ ପକ୍ଷରୁ ସମୁଦ୍ରରେ କିଛି ଅଜ୍ଞାତ ବସ୍ତୁ ପରୀକ୍ଷଣ ହୋଇଛି । ଏହା ମିସାଇଲ ହୋଇଥିବା ସନ୍ଦେହ କରାଯାଉଛି । ସେମାନେଏବାବଦରେକିଛି ସୂଚନା ପାଇଛନ୍ତି । ଜାପାନ ସରକାର ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି । କିମ୍ ଙ୍କ ସେନା ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିଥିବା ଜାପାନ ସରକାର କହିଛନ୍ତି । ଟୋକିଓର କୋଷ୍ଟ୍ ଗାର୍ଡ ମଧ୍ୟ ଏନେଇ ସ୍ପଷ୍ଟ କରିଛି ।

ଏହି ଖବରଟି ପଢନ୍ତୁ... ଆମେରିକାର ସବୁଠୁ ସୁରକ୍ଷିତ ଦୂତାବାସ ଉପରେ ଆଟାକ୍, ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣରେ ଜଳିଗଲା କାର୍ଯ୍ୟାଳୟ

ତେବେ କିମ୍ ସେହି ସମୟରେ ମିସାଇଲ ପରୀକ୍ଷଣ କରିଛନ୍ତି ଯେତେବେଳେ ଆମେରିକା ଏବଂ ଦକ୍ଷିଣ କୋରିଆ ନିଜର ସୈନ୍ୟ ଅଭ୍ୟାସ ଫ୍ରିଡମ୍ ସିଲଡ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ପ୍ୟାଙ୍ଗଙ୍ଗ୍ ବିରୋଧ କରିଥାଏ । ତେଣୁ ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ଯୁଦ୍ଧାଭ୍ୟାସର ଜବାବରେ ନିଜର ଶକ୍ତି ପ୍ରଦର୍ଶନ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।