ମୁମ୍ବାଇ ୨୧।୧୨ : ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ବଲିଉଡ୍ ଡିଭା ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କାର୍ଟି ଦୁର୍ଘଟଣାର ଶିକାର ହୋଇଛି । ନୋରାଙ୍କ କାରକୁ ଧକ୍କା ଦେଇଥିବା ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ୨୭ ବର୍ଷୀୟ ବିନୟ ସକପାଲ ବୋଲି ଜଣାପଡ଼ିଛି।

​​​​​​​

ମିଳିଥିବା ଖବର ଅନୁସାରେ, ଶନିବାର ବିଳମ୍ବିତ ରାତିରେ ନୋରା ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ନୋରାଙ୍କ ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କାର୍‌ରେ ଆଂଶିକ କ୍ଷତି ଆସିଛି । ଏପିରିକି ନୋରାଙ୍କ ସାମାନ୍ୟ ଆଘାତ ମଧ୍ୟ ଲାଗିଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନୋରା ଏବଂ କାର୍‌ ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ । ଆଉ ଦୁର୍ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ । ତେବେ ପୋଲିସର ତଦନ୍ତ ମୁତାବିକ ନୋରାଙ୍କ ଗାଡ଼ିକୁ ଧକ୍କା ଦେଇଥିବା କାର୍‌ ଡ୍ରାଇଭର ଜଣଙ୍କ ମଦ ପିଇ ଡ୍ରାଇଭ କରୁଥିଲେ । ଯାହାଫଳରେ ସେ କାର୍‌ ଉପରୁ ଭାରସାମ୍ୟ ହରାଇ ନୋରାଙ୍କ କାର୍‌କୁ ଜୋରଦାର ଧକ୍କା ଦେଇଥିଲେ । ଅବଶ୍ୟ ଏହି ଦୁର୍ଘଟଣାରେ ନୋରା ଫତେହିଙ୍କ କୌଣସି ବଡ଼ଧରଣର କ୍ଷତି ହୋଇନାହିଁ ବରଂ କାର୍‌ରେ ସାମାନ୍ୟ କ୍ଷତି ଆସିଛି । ସେପଟେ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ଜେରା କରୁଛି ମୁମ୍ବାଇ ପୋଲିସ ।

ସେପଟେ ଦୁର୍ଘଟଣା ନେଇ ନୋରେ ସୋସିଆଲ୍‌ ମିଡିଆରେ ଲେଖିଛନ୍ତି ଯେ, ଜନସାଧାରଣଙ୍କୁ ମଦ୍ୟପାନ କରି ଗାଡ଼ି ଚାଳନା ବିରୁଦ୍ଧରେ ସଚେତନ କରିଥିଲେ । ଦୁର୍ଘଟଣା ସମୟରେ ସେ କାର ସିଟ୍ ଉପରେ ପଡ଼ିଯାଇଥିଲେ ଏବଂ କାର୍ ୱିଣ୍ଡୋରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଛି ।ସେ ଦୁର୍ଘଟଣାକୁ "ଅତ୍ୟନ୍ତ ଭୟଙ୍କର" ବୋଲି କହିଥିଲେ। ଦୁର୍ଘଟଣାରେ ପରେ ସେ ସମ୍ପୂର୍ଣ୍ଣ ଠିକ୍ କହିଛନ୍ତି।