ଭୁବନେଶ୍ଵର: ଓଡିଶାରେ କେହି ରହିବେନି ବାସହୀନ। ଖୁବଶୀଘ୍ର ସମସ୍ତ ବାସହୀନଙ୍କୁ ମିଳିବ ପିଏମ ଆବାସ । ସମସ୍ତ ରାଜ୍ୟରୁ ରିପୋର୍ଟ ମଗେଇଛୁ, ତାଲିକା ପ୍ରସ୍ତୁତ ହେଉଛି | ସମସ୍ତ ବାସହୀନଙ୍କୁ ଆବାସ ଦିଆଯିବ। ଶନିବାର ଏହା କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ କମଲେଶ ପାସୱାନ।

ସେ କହିଛନ୍ତି, ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି ଦେଶର କୌଣସି ବ୍ୟକ୍ତି ବିନା ଘର କିମ୍ବା ଶୌଚାଳୟରେ ରହିବେ ନାହିଁ | ଏହା ପରେ ଗ୍ରାମୀଣ ବିକାଶ ବିଭାଗ ସମଗ୍ର ଦେଶରେ ସର୍ଭେ କାମ ଆରମ୍ଭ କରିଛି | ଆମେ ଦେଶର ସମସ୍ତ ରାଜ୍ୟରୁ ରିପୋର୍ଟ ମାଗୁଛୁ | ଏକ ତାଲିକା ପ୍ରସ୍ତୁତ ହେଉଛି | ଯେଉଁ ଲୋକମାନଙ୍କର ଆବାସ ନାହିଁ, ଓଡିଶା, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ ଭଳି ରାଜ୍ୟ ଗୁଡିକରେ ସର୍ଭେ ଆଧାରରେ ବାସହୀନଙ୍କୁ ପିଏମ ଆବାସ ଦିଆଯିବ | ଓଡିଶାରେ ମଧ୍ୟ ଖୁବଶୀଘ୍ର ସମସ୍ତ ବାସହୀନଙ୍କୁ ଆବାସ ଦିଆଯିବ |

Also Read: ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ, ବିରୋଧୀଙ୍କ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ

ବିରୋଧୀ ଆବାସକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଆରୋପ ଲଗାଇବା ସହଜ। ଯେଉଁମାନେ ଆରୋପ ଲଗାଉଛନ୍ତି, ସେମାନେ କେତେ ବର୍ଷ ଓଡିଶାରେ ଶାସନ କରିଛନ୍ତି | ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖୁବଶୀଘ୍ର ଆବାସ ଏବଂ ଗ୍ରାମୀଣ ସଡ଼କ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।