ଭଦ୍ରକ ୧୮।୦୩ : ଟ୍ରଫି ହାତେଇଲେ ସିଏଜି ଦିଲ୍ଲୀ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ସ୍ଥିତ ହନୁମାନ ଜିଉ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିଲା ଫାଇନାଲ ମୁକାବିଲା । ୩୦ ତମ ଟିଲୋ କପ୍ କ୍ରିକେଟ୍ ଫାଇନାଲରେ ନୀମପୁରକୁ ହରାଇ ଟ୍ରଫି ହାତେଇଛି ସିଏଜି ଦିଲ୍ଲୀ ।

୧୯୯୦ ମସିହାରୁ ଆୟୋଜିତ ହୋଇଆସୁଛି ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଟିଲୋ ଆଥଲେଟିକ୍ ଆସୋସିଏସନ୍ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜିତ କରିଆସୁଛି । ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଉପସ୍ଥିତ ରହିଥିଲେ । ଫାଇନାଲରେ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ନୀମପୁର ଏବଂ ସିଏଜି ଦିଲ୍ଲୀ । ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ୍ରେ ନୀମପୁର ଟିମ୍କୁ ହରାଇ ଚାମ୍ପିଆନ୍ ହୋଇଛି ସିଏଜି ଦିଲ୍ଲୀ ଦଳ । ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ଥିବା ଅତିଥିମାନେ ବିଜେତା ଏବଂ ଉପବିଜେତା ଟିମକୁ ଟ୍ରଫି ପ୍ରଦାନ କରିଛନ୍ତି। ଏହି ଖେଳ ପଡ଼ିଆରେ ଜାତୀୟସ୍ତରର କ୍ରିକେଟ୍ ଟିମ୍ ମ୍ୟାଚ୍ ଖେଳୁଥିବାରୁ ଆଗାମୀ ଦିନରେ ଏହାର ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ସାଂସଦ କହିଛନ୍ତି ।