ଭୁବନେଶ୍ବର: ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିବେ ଜାତୀୟ ମାନବାଧିକାର କମିଶନ। ଆସନ୍ତା ଜୁନ୍ ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଗସ୍ତରେ ଆସି ତଦନ୍ତ କରିବେ ଏନଏଚଆରସିର ୨ ଜଣିଆ ସଦସ୍ୟ । ଟିମ୍ ବାଲିଅନ୍ତା ଯାଇ ସେଠାରେ ଗ୍ରାଉଣ୍ଡ ଜିରୋରୁ ଆରମ୍ଭ କରିବେ ଯାଞ୍ଚ୍। ମିଳିଥିବା ସୂଚନା ଅନୁସାରେ, ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇ ଯୁବତୀ, ସେଠାରେ ଥିବା ସାକ୍ଷୀ ଓ ଘଟଣା ବେଳେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ କରିବେ ପଚରାଉଚରା ଟିମ୍। 

ଆହୁରି ମଧ୍ୟ ବରିଷ୍ଠ ଉପରିସ୍ଥ ପୋଲିସ ଅଧିକାରୀମାନେ ନିଜ କ୍ଷମତାର ଅପବ୍ୟବହାର କରି ତଳିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଓ ଘରୋଇ କାମରେ ଲଗାଇଥିବା ଅଭିଯୋଗ ଉପରେ ମଧ୍ୟ କରିବେ ତଦନ୍ତ। ଘଟଣା ସମ୍ବନ୍ଧରେ ରେଲୱେ ଏସଆରପି ଓ ପୋଲିସ କମିଶନରଙ୍କ ସହ କରିବେ ଆଲୋଚନା।

Also Read: ପୁଅ ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ମିଳୁ କଠୋରରୁ କଠୋର ଦଣ୍ଡ, ନ୍ୟାୟ ନମିଳିବା ଯାଏଁ ଆମେ ଏଠୁ ଉଠିବୁନି

ସୂଚନାଥାଉକି, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ।  ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆହୁରି ୧୦ଜଣଙ୍କୁ ଚିହ୍ନଟ କରାଯାଇଥିବା ଡିଆଇଜି କହିଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଟେକ୍ନିକାଲ ୱିଙ୍ଗ୍ ସ୍ଥାନୀୟ ଗୁଇନ୍ଦା ଓ ଭିଡିଓ ଫୁଟେଜକୁ ନେଇ ତଦନ୍ତକୁ ଆଗକୁ ବଢ଼ାଉଛି । ଅନ୍ୟ ଅଭିଯୁକ୍ତ ଖୁବ୍‌ଶୀଘ୍ର ଗିରଫ ହେବେ ବୋଲି କହିଥିଲେ ଡିଆଇଜି।