ରାସ୍ତା କଡ଼ରେ ନବଜାତକକୁ ଝୁଣି ଖାଇଲା କୁକୁର। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସହର ଗୋବିନ୍ଦମୁଣ୍ଡା ଛକ ନିକଟ ରାସ୍ତାକଡ଼ରେ।

ଖବର ଅନୁଯାୟୀ, ଶିଶୁକୁ ଝୁଣି ଖାଉଥିଲା ବୁଲା କୁକୁର। ନବଜାତକକୁ ବୁଲା କୁକୁର ଝୁଣି ଖାଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ କୁକୁରଟିକୁ ଘଉଡ଼ାଇଥିଲେ। ଶିଶୁଟିର ଶରୀରକୁ ଘୋଡ଼ାଇ ଦେଇଥିଲେ। ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା କେନ୍ଦୁଝର ଟାଉନ ଥାନା ପୋଲିସ । ମୃତ ନବଜାତ ଶିଶୁଟିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Also Read:-ମାଡ଼ିଆସୁଛି ମୁରାସୁ, ଓଡ଼ିଶାରେ ଆରମ୍ଭ ହୋଇଗଲାଣି ବର୍ଷା, ଗେମ ଚେଞ୍ଜର ହେବ ପୂର୍ବଘାଟ ପର୍ବତମାଳା

ତେବେ କିଏ କେଉଁ ପରିସ୍ଥିତିରେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ? ଶିଶୁଟି ଜୀବିତ ଅବସ୍ଥାରେ ରାସ୍ତାକଡ଼ରେ ପଡିଥିଲା ନା ମୃତ ଅବସ୍ଥାରେ। ତାହା ତଦନ୍ତକୁ ଅପେକ୍ଷା ରଖୁଛି। ଏହି ହୃଦୟବିଦାରକ ଘଟଣା କିନ୍ତୁ ସମଗ୍ର ଅଞ୍ଚଳରେ ଚହଳ ପକାଇଛି।