ନୂଆଦିଲ୍ଲୀ-; ୮୦ ଦଶକର ଦୁଇ ସୁପରଷ୍ଟାର ଯୋଡିଙ୍କ ଅନ ସ୍କ୍ରିନ ରୋମାନ୍ସ ଓ ଅଫ ସ୍କ୍ରିନ ରିଲେସନସିପ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି I ବଲିଉଡ ଅଭିନେତ୍ରୀ ନିଲମ ଓ ଗୋବିନ୍ଦଙ୍କ ସମ୍ପର୍କକୁ ନେଇ ଅନେକ ରିଉମର ପୂର୍ବରୁ ଥିଲା I କିନ୍ତୁ ଏବେ ଏହି ରିଉମରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ନିଲମ କୋଠାରୀ Iବଲିଉଡ୍ ଅଭିନେତ୍ରୀ ନୀଲମ କୋଠାରୀ ଏବେ ଅଭିନେତା ଗୋବିନ୍ଦାଙ୍କ ସହ ତାଙ୍କର ୧୯୮୦ ଦଶକର ପୁରୁଣା ରୋମାନ୍ସ ଗୁଜବ ଉପରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ନୀଲମ କହିଛନ୍ତି ଯେ, ଗୋବିନ୍ଦାଙ୍କ ସହ ଫିଲ୍ମରେ କାମ କରିବା ସମୟରେ ସେ ଜାଣିନଥିଲେ ଯେ ଗୋବିନ୍ଦା ବିବାହିତ ଥିଲେ।

ଟାଇମ୍ସ ନାଓକୁ ଦେଇଥିବା ଏକ ସାକ୍ଷାତକାରରେ ନୀଲମ କହିଛନ୍ତି, “ମୁଁ ବହୁତ କମ୍ ବୟସର ଥିଲି। ଗୋବିନ୍ଦା ବିବାହିତ ବୋଲି ମୁଁ ଜାଣିନଥିଲି। ପରେ ମୁଁ ଏହା ଜାଣିବାକୁ ପାଇଥିଲି।” ସେ କହିଛନ୍ତି , ତାଙ୍କ ପରିବାର ବହୁତ କଠୋର ଥିଲା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ମଧ୍ୟ ପରିବାରର ଜଣେ ସଦସ୍ୟ ସବୁବେଳେ ତାଙ୍କ ସହ ରହୁଥିଲେ। ତେଣୁ ସେହି ସମୟରେ କୌଣସି ସମ୍ପର୍କର ପ୍ରଶ୍ନ ହିଁ ଉଠୁନଥିଲା। ଏହି ଗୁଜବ ଉପରେ ନୀଲମଙ୍କ ସ୍ୱାମୀ ତଥା ଅଭିନେତା ସମୀର ସୋନି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦ ବର୍ଷ ପୂର୍ବରୁ କ’ଣ ଘଟିଥିଲା କିମ୍ବା ଘଟିନଥିଲା, ସେ ବିଷୟରେ ତାଙ୍କୁ ଜଣାନାହିଁ। ତେଣୁ ସେ ଏହାକୁ ନେଇ ଚିନ୍ତିତ ନୁହନ୍ତି। ସମୀର ଏହା ମଧ୍ୟ କହିଛନ୍ତି ଯେ ଗୋବିନ୍ଦା ଆଜି ମଧ୍ୟ ନୀଲମଙ୍କୁ ନେଇ ନିଜର ପୁରୁଣା ଭଲପାଇବା ବିଷୟରେ କହନ୍ତି।

READ ALSO - ଭଲ ସିନେମା ପାଇଁ ୨୦୦ ସିନେମାକୁ ରିଜେକ୍ଟ , ସିନେମାରେ କେବଳ ଭଲ ଟଙ୍କା ନୁହେଁ ଭଲ କାହାଣୀ ଥିବା ଦରକାର -;ନୱାଜଉଦ୍ଧିନ ସିଦ୍ଧିକି

ଏହି ପୁରୁଣା ଘଟଣାର ଆଉ ଏକ ରୋଚକ ଦିଗ ରହିଛି। ୧୯୯୦ରେ ‘ଷ୍ଟାରଡଷ୍ଟ’କୁ ଦେଇଥିବା ଏକ ସାକ୍ଷାତକାରରେ ଗୋବିନ୍ଦା ନିଜେ ନୀଲମଙ୍କ ପ୍ରତି ଥିବା ଭଲପାଇବା ବିଷୟରେ ଖୋଲାଖୋଲି କହିଥିଲେ। ଗୋବିନ୍ଦା କହିଥିଲେ ଯେ, ନୀଲମଙ୍କୁ ଯେତେ ଜାଣିଥିଲେ, ତାଙ୍କ ପ୍ରତି ତାଙ୍କର ଭଲପାଇବା ସେତେ ବଢ଼ିଥିଲା। ଏପରିକି ସେ ନୀଲମଙ୍କୁ ନେଇ ନିଜ ପରିବାର ଓ ବନ୍ଧୁମାନଙ୍କ ସହ କଥା ହେଉଥିଲେ। ଗୋବିନ୍ଦାଙ୍କ କହିବା ଅନୁସାରେ, ସେ ତାଙ୍କ ତତ୍କାଳୀନ ନିର୍ବନ୍ଧିତା ସୁନୀତା ଆହୁଜାଙ୍କୁ ମଧ୍ୟ ନୀଲମଙ୍କ ସହ ତୁଳନା କରୁଥିଲେ। ଏପରିକି ସେ ସୁନୀତାଙ୍କୁ ନୀଲମଙ୍କ ଭଳି ହେବାକୁ କହୁଥିଲେ। ଏହି କାରଣରୁ ସେ ସୁନୀତାଙ୍କ ସହ ନିର୍ବନ୍ଧ ଭାଙ୍ଗି ଦେଇଥିବା କଥା ମଧ୍ୟ ସେହି ସାକ୍ଷାତକାରରେ ସ୍ୱୀକାର କରିଥିଲେ।ଯଦି ସୁନୀତା ୫ ଦିନ ପରେ ତାଙ୍କୁ ଫୋନ୍ କରି ପୁଣିଥରେ ସମ୍ପର୍କ ଜାରି ରଖିବାକୁ ରାଜି କରାଇନଥାନ୍ତେ, ତେବେ ସେ ସମ୍ଭବତଃ ନୀଲମଙ୍କୁ ବିବାହ କରିଥାନ୍ତେ। ସେ ନୀଲମଙ୍କୁ ବିବାହ କରିବାକୁ ଚାହୁଁଥିବା କଥା ମଧ୍ୟ ସ୍ପଷ୍ଟ ଭାବେ କହିଥିଲେ। ଏବେ ନୀଲମଙ୍କ ଏହି ନୂଆ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ବଲିଉଡ୍ର ଏହି ପୁରୁଣା ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏପଟେ ଗୋବିନ୍ଦା ଓ ସୁନୀତା ଆହୁଜାଙ୍କ ବୈବାହିକ ସମ୍ପର୍କକୁ ନେଇ ମଧ୍ୟ ନିକଟରେ ବିଭିନ୍ନ ରିପୋର୍ଟ ଓ ସାର୍ବଜନୀନ ମନ୍ତବ୍ୟ ଚର୍ଚ୍ଚାରେ ରହିଛି।