LIVE TV

ପାରିବାରିକ କଳହରୁ ହତ୍ୟାକାଣ୍ଡ, କକାକୁ ପଥରରେ ଛେଚି ମାରିଦେଲା ପୁତୁରା

NEWS7
town police station

ସୁନ୍ଦରଗଡ଼ ୧୧।୧୦ : କକାକୁ ହତ୍ୟା କଲା ପୁତୁରା । ପଥରରେ ଛେଚି କକାକୁ ହତ୍ୟା । ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି ପୋଲିସ । ସୁନ୍ଦରଗଡ଼ ସଦର ଥାନା କିରେଇ ପଞ୍ଚାୟତ କାର୍ଯ୍ୟାଳୟରେ ନିକଟରୁ ଆସିଛି ଏପରି ଘଟଣା ।  

ଖବର ଅନୁଯାୟୀ, ବିଭିନ୍ନ ସମୟରେ କକା-ପୁତୁରାଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ପାଟିତୁଣ୍ଡ ହୋଇଥାଏ । ଶୁକ୍ରବାର ରାତିରେ କୌଣସି କଥାକୁ ନେଇ କକା-ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ଉତ୍‌କ୍ଷିପ୍ତ ହୋଇ କାକାକୁ ବାଡ଼ି ଓ ପଥରରେ ଛେଚି ହତ୍ୟା କରିଛି ପୁତୁରା ।  ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି । ଏହାସହ କକା ସଚେନ୍ଦ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବାକି ଘଟଣାର ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।