ନୂଆଦିଲ୍ଲୀ, ୦୨/୦୯: ମୁମ୍ବାଇ ଓ କେଲକାତା ଭଳି ମେଟ୍ରୋ ସହରର ସୌନ୍ଦର୍ଯ୍ୟ ବଢ଼ାଇଥିବା ସମୁଦ୍ର ରଭୟ ସହର ପାଇଁ ସଙ୍କଟ ଆଣିପାରେ। କାରଣ ସମୁଦ୍ରର ଜଳସ୍ତର ବୃଦ୍ଧି ଏହି ଦୁଇ ସହରର ପ୍ରାୟ ୧.୪ କୋଟି ଲୋକଙ୍କ ଘରକୁ ଗିଳିଦେବାର ସମ୍ଭାବନା ରହିଛି। ଜଳସ୍ତର ବୃଦ୍ଧି ବିକାଶଶୀଳ ଓ ବିକଶିତ ଦେଶର ଲୋକଙ୍କ ପାଇଁ ସଙ୍କଟ ଆଣିବ।ଜାଇତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଚେତାବନୀ ଦିଆଯାଇଛି।

ଜାତିସଂଘ ପକ୍ଷରୁ ଗତ ସୋମବାର ଜାରି ଜରାଯାଇଥିବା ରିପୋର୍ଟରେ ବିଶ୍ୱତାପନ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧିର ପ୍ରଭାବକୁ ନେଇ ସତର୍କ କରାଇ ଦିଆଯାଇଛି। ସେଥିରେ କୁହାଯାଇଛି ଯେ ବିଶ୍ୱତାପନ ଯୋଗୁ ହିମବାହ ଓ ବରଫ ଦ୍ରୁତଗତିରେ ତରଳୁଛି ଏବଂ ସମୁଦ୍ରର ଜଳସ୍ତର ଉତ୍ତପ୍ତ ହେଉଛି। ଯାହାର ପ୍ରଭାବ କେବଳ ଲୋକଙ୍କ ଉପରେ ନୁହେଁ, ଧନସମ୍ପରି ଓ ସଂସ୍କୃତି ଉପରେ ମଧ୍ୟ ପଡିବାର ସମ୍ଭାବନା ରହିଛି। ୨୦୧୪ରୁ ୨୦୨୩ ମଧ୍ୟରେ ପ୍ରତିବର୍ଷ ବୈଶ୍ୱିକ ସାମୁଦ୍ରିକ ଜଳସ୍ତର ୪.୭ ମିଲିମିଟର ହାରରେ ବଢୁଥିଲା । କିନ୍ତୁ ୨୦୨୪ରେ ଏହା ସର୍ବଧିକ ୫.୯ ମିଲିମିଟର ବଢ଼ିଛି । ଯାହାକି ଏକ ରେକର୍ଡ। ଗତ ୪ ହଜାର ବର୍ଷ ଭିତରେ ଏଭଳି ଘଟି ନଥିଲା। ଏହାର କାରଣ ହେଉଛି ବିଶ୍ୱତାପନ। ଆସନ୍ତା ୨୦୫୦ ପର୍ଯ୍ୟନ୍ତ ଏହି ହାରରେ ଜଳସ୍ତର ବୃଦ୍ଧି ପାଇବ। କାରଣ ଜଳବାୟୁ ସିଷ୍ଟମ ସହ ବିଶ୍ୱତାପନ ଯୋଡି ହୋଇସାରିଛି।

Also Read :- ବଢି଼ଲା ଅଣ୍ଡା ରେଟ୍ : ଛୁଇଁଲା ୮ ଟଙ୍କା, E-20 ପେଟ୍ରୋଲ ପାଇଁ ସବୁ ମହଙ୍ଗା !

ରିପୋର୍ଟରେ କୁହାଯାଇଛି ଯେ ସମୁଦ୍ରଗ ଜଳସ୍ତର ବୃଦ୍ଧି ଯୋଗୁ ଆମେରିକାର ମିଆମି ଓ ନ୍ୟୁୟର୍କ ଏବଂ ଚାନର ଗୁଆଙ୍ଗଝୀ ଭଳି ଉଚ୍ଚ ଆୟକାରୀ ସହର ଉପକୂଳ ଭିତ୍ତିଭୂମି ବାବଦରେ ଆର୍ଥିକ ଭାବେ ବିପୁଳ କ୍ଷତିଗ୍ରସ୍ତ ହେବେ। ଯାହାର ପରିମାଣ ୨ ଟ୍ରିଲିୟନ ଡଲାରରୁ ୩.୫ ଟ୍ରିଲିୟନ ଡଲାର ହୋଇପାରେ। ସେହିଭଳି ଦକ୍ଷିଣ ଏସିଆର ତଳିଆ ଡେଲଟା ଅଞ୍ଚଳ ସହ ଭାରତର ମୁମ୍ବାଇ ଓ କୋଲାକାତା ଏବଂ ବାଂଲାଦେଶର ଢ଼ାକା ଭଳି ସହର ବୁଡ଼ିଯିବାର ଆଶଙ୍କା ରହିଛି। କୋଲକାତା ଓ ମୁମ୍ବାଇର ୧ କୋଟି ୪୦ ଲକ୍ଷ ଲୋକଙ୍କ ଘର ସବୁଦିନ ପାଇଁ ପାଣିରେ ବୁଡିଯିବ। ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁ ତଟବର୍ତ୍ତୀ ଅଞ୍ଚଳର ଲୋକେ ସବୁକିଛି ହରାଇ ବସିବେ। ଏଥିସହ ଏହାର ପ୍ରଭାବ ସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ମବାଧିକାର ଓ ସଂସ୍କୃତି ଉପରେ ମଧ୍ୟ ପଡିବ। ଦେଶର ଅନେକ ଚାଷୀ ସେମାନଙ୍କ ଉର୍ବର ଚାଷଜମି ଓ ପରିଚୟ ହରାଇବେ।

ରିପୋର୍ଟରେ କୁହାଯାଇଛି ଯେ ଦକ୍ଷିଣ ଏସିଆରେ ବିଶ୍ଵର ସବୁଠାରୁ ବଡ ହିମବାହ ଅଛି I ତେଣୁ ଦକ୍ଷିଣ ଏସିଆକୁ ତୃତୀୟ ଗୋଲାର୍ଦ୍ଧ କୁହାଯାଉଛି । ଆଗାମୀ ୧୫-୨୦ ବର୍ଷରେ ହିମବାହ ତରଳିବା ଯୋଗୁ ଦକ୍ଷିଣ ଏସିଆରେ ପ୍ରଳୟଙ୍କରା ବନ୍ୟା ଆସିପାରେ I ପରେ ମରୁଡି, ଫସଲହାନୀ ଓ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବାର ସମ୍ଭାବନା ଅଛି। ରିପୋର୍ଟରେ କୁହାଯାଇଛି କି ହିମବାହ ତରଳିବା କାରଣରୁ ୭୭ କୋଟି ଲୋକ ଅର୍ଥାତ ବିଶ୍ବର ପ୍ରତି ୧୦ ଜଣରେ ଜଣେ ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି । କାରଣ ଏହି ଲୋକମାନେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଛତି । ସେହିଭଳି ସମୁଦ୍ର ଜଳସ୍ତର ବଢ଼ିବା ଫଳରେ ସହରାଞ୍ଚଳର ରିଭିଭୂମି, ଜଳ ବ୍ୟବସ୍ଥା, ପରିବହନ ନେଟୱର୍କ, ପାଓ୍ବାର ଗ୍ରୀଡ, ବିଲଡିଂ ଓ ଭୂତଳ ଜଳ ସଂସାଧାନ ଉପରେ ସମୁଦ୍ରର ଜଳସ୍ତର ବୃଦ୍ଧିର ପ୍ରଭାବ ପଡି ସାରିଲାଣି।