ମାର୍ଶାଘାଇ ୪।୯: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ତୁଳସୀପୁର ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ କାନ୍ଥ ପଡି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ମୃତକ ହେଲେ ହୃଷିକେଶ ଜେନା । ସ୍ତ୍ରୀ ରେଣୁକା ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଲଗାଣ ବର୍ଷାରେ ଚାଳ ଛପର ଘର ମାଟି କାନ୍ଥ ଭିଜି ଯାଇଥିବାରୁ ଏଭଳି ଅଘଟଣ । ଗୁରୁବାର ବିଳମ୍ବିତ ରାତିରେ ତୁଳସୀପୁର ଗାଁର ନନ୍ଦ ଜେନାଙ୍କ ପୁଅ ହୃଷିକେଶ ଓ ତାଙ୍କ ସ୍ତ୍ରୀ ଶୋଇଥିବା ଅବସ୍ଥାରେ ଭିଜିଥିବା ମାଟି କାନ୍ଥ ତାଙ୍କ ଉପରେ ପଡିଯାଇଥିଲା । ସ୍ତ୍ରୀ ରେଣୁକା ଡାକ ପକାଇବାରୁ ସ୍ଥାନୀୟ ଲୋକମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ମାର୍ଶାଘାଇ ମେଡିକାଲକୁ ନେଇଥିଲେ ।

Also Read:- ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ଦୁର୍ଘଟଣାରେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

ଡାକ୍ତରଖାନାରେ ହୃଷିକେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ତ୍ରୀ ରେଣୁକା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Watch Video: