ଭୁବନେଶ୍ବର ୮।୮: ବାଲେଶ୍ୱର ବନ୍ୟାର କାରଣ କହିଲେ ସାଂସଦ । ବାଲେଶ୍ବରରେ କାହିଁକି ଏମିତି ସ୍ଥିତି ଉପୁଜିଲା ତାହାର କାରଣ କରିଛନ୍ତି ସାସଂଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, ହଜାର ହଜାର ଚିଙ୍ଗୁଡ଼ି ଘେରି ଜଳ ସ୍ରୋତକୁ ଅବରୋଧ କରୁଛି । ଅନେକ ଲୋକ ସବୁ ଜାଣି କିଛି କହୁନାହାନ୍ତି । କାରଣ ଚିଙ୍ଗୁଡ଼ି ଘେରିର ମାଲିକମାନେ ସବୁ ଦଳରେ ଅଛନ୍ତି ।

Also Read:- କେନାଲରେ ବୁଡ଼ି ଚାଲିଗଲା ନାବାଳକର ଜୀବନ, ଗାଁରେ ଶୋକାକୂଳ ପରିବେଶ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ସେ ବନ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଦରକାର ପଡିଲେ ଚିଙ୍ଗୁଡ଼ି ଘେରି ଭଙ୍ଗାଯିବ ବୋଲି ସାଂସଦ କହିଛନ୍ତି । ଡ୍ରେନେଜ ସିଷ୍ଟମକୁ ସମ୍ପୂର୍ଣ୍ଣ କରାଯିବ । ଆଜି ବି ପାଣି ଜମି ରହିଛି । ସମସ୍ୟା ସମଧାନ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସାଂସଦ କହିଛନ୍ତି ।

Watch Video: