ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ବରିସାହି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏହି ଅଞ୍ଚଳରେ ପ୍ରବାହିତ ହେଉଥିବା ସାଳନ୍ଦୀ କେନାଲରେ ବୁଡ଼ି ଚାଲିଯାଇଛି ଜଣେ ନାବାଳକର ଜୀବନ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, କେନାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଏହି ଅଞ୍ଚଳରେ ଦେଇ ସାଳନ୍ଦୀ କେନାଲ କାମ ଚାଲୁଥିବା ବେଳେ ତିନିଜଣ ସମ୍ପର୍କୀୟ ବୁଲିବା ପାଇଁ ଯାଇଥିଲେ। ତେବେ ବର୍ଷା ଯୋଗୁ କେନାଲ ଆଡ଼ି କାଦୁଅ ହୋଇଥିବାରୁ ନାବାଳକ ଜଣକ କେନାଲ ଭିତରକୁ ଖସିପଡ଼ିଥିଲା। ଏମିତିରେ ନାବାଳକ ଭାଇ ବୁଡ଼ି ଯାଉଥିବାର ଦେଖି ଅନ୍ୟ ଦୁଇ ସମ୍ପର୍କୀୟ ବଞ୍ଚାଇବାକୁ ଚେଷ୍ଟା କରି ବି ସଫଳ ହୋଇନଥିଲେ।

Also Read: ବୈତରଣୀରେ ସ୍ଥିତି ସୁଧୁରିନି, ଏପଟେ ଫୁଲିଲାଣି ସାଳନ୍ଦୀ ଓ ଶାଖା, ବଢ଼ୁଛି ବନ୍ୟା ଭୟ

ସେପଟେ ଖବର ପାଇ ଦମକଳ ବାହିନୀ ପହଞ୍ଚି ପ୍ରାୟ ୧ ଘଣ୍ଟା କାଳ ଦମକଳ ବାହିନୀ ଖୋଜାଖୋଜି କରିବା ପରେ ପିଲାଟିକୁ ଉଦ୍ଧାର କରିଥିଲେ। ମାତ୍ର ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ସାନହତା ଗ୍ରାମର ଜଟା ଧାମୁଡିଆଙ୍କ ଏକମାତ୍ର ୮ ବର୍ଷୟ ପୁଅ ରାହୁଲ। ଘଟଣା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କେନାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ଉଠାଇଛନ୍ତି।