ବଲାଙ୍ଗୀର ୦୯।୦୬ : ବଲାଙ୍ଗିର ସହର ଭିତରେ ମର୍ମନ୍ତୁଦ ଦୁର୍ଘଟଣା। ୨୬ ନମ୍ବର ଜାତୀୟ ରାଜପଥରେ ମା'-ଝିଅଙ୍କ ଉପରେ ଚଢିଗଲା ଟ୍ରକ୍। ଗାନ୍ଧୀନଗର ପଡାରେ ଥିବା ଏକ ସୋରୁମ ନିକଟରେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ବଲାଙ୍ଗୀର ସହରର ଦୁଇ ଜଣ ମା ଓ ଝିଅ ସ୍କୁଟି ଯୋଗେ କୌଣସି କାମରେ ଯାଉଥିଲେ। ଗାନ୍ଧୀନଗର ପଡା ନିକଟରେ ସେମାନଙ୍କୁ ଏକ ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ମା ଓ ଝିଅଙ୍କର ମୃତ୍ୟୁ ହୋଇଛି। ସେପଟେ ଦୁର୍ଘଟଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Also Read:-Monsoon Update : ଆଉ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ଘଡ଼ଘଡ଼ି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ଆଲର୍ଟ

ଅନ୍ୟପଟେ ଟ୍ରକ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଛି। ଏକ ନର୍ସିଂ ହୋମରେ କାମ କରୁଥିବା ମାଆକୁ ସ୍କୁଟି ଯୋଗେ ଝିଅ ଛାଡ଼ିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।