ମୋହନା ୧୯।୩: ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା l ଦୁର୍ଘଟଣା ଫଳରେ ଉଭୟ ବସ୍ରେ ଥିବା ୭ରୁ ଅଧିକ ଯାତ୍ରୀ ଆହତ l ଗଜପତି ଜିଲ୍ଲା ଅଡ଼ବା ଥାନା ଆଲିଗଣ୍ଡା ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି l

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ବସ୍‌ଟି କଟାମାରୁ ମୋହନା ଆସୁଥିଲା l ଏହି ସମୟରେ ବିପରୀତ ଦିଗରୁ ପଦ୍ମାଳୟା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଚନ୍ଦ୍ରପୁର ଯାଉଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଏହି ଘଟଣାରେ ଉଭୟ ବସ୍ରେ ଥିବା ୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଅଡବା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି l