ଅଯୋଧ୍ୟା: ରାମ ମନ୍ଦିର ଦାନ ଚୋରି ବିବାଦ ଯାଞ୍ଚ ମଧ୍ୟରେ ମନ୍ଦିର ପ୍ରବନ୍ଧନ ସଂସ୍ଥାକୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦବୀ ନିମନ୍ତେ ସାରା ଦେଶରୁ ୧,୦୦୦ରୁ ଅଧିକ ଆବେଦନପତ୍ର ମିଳିଛି। ସୂତ୍ର ଅନୁସାରେ ଏହି ପଦବୀ ନିମନ୍ତେ ଆବେଦନକାରୀଙ୍କ ମଧ୍ୟରେ ଅଧିକାଂଶ ଅବସରପ୍ରାପ୍ତ ଅମଲା ଅଛନ୍ତି। ଏଥିରୁ ଅଯୋଧ୍ୟା ରାମ ମନ୍ଦିରର ଏହି ସର୍ବୋଚ୍ଚ ପଦବୀ ପାଇଁ ଅତୀତରେ ଉଚ୍ଚସ୍ତରୀୟ ପ୍ରଶାସନିକ ଭୂମିକା ନିର୍ବାହ କରିଥିବା ଲୋକଙ୍କ ପ୍ରବଳ ଋଚିକୁ ଦର୍ଶାଉଛି। ୧୩ ଜୁଲାଇ ସୋମବାର ନିଯୁକ୍ତି ଅଧିସୂଚନା ଜାରି ହୋଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ଚୟନ କମିଟିର ଅଧିକାରୀକ ଇ-ମେଲ ଠିକଣାରେ ଆବେଦନ ପ୍ରାପ୍ତ ଆରମ୍ଭ ହୋଇଥିଲା।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରାମମନ୍ଦିର ଦାନରେ କଥିତ ଚୋରିକୁ ନେଇ ଜାରି ହଟଚମଟରେ ମନ୍ଦିର ଟ୍ରଷ୍ଟର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ନିମନ୍ତେ ଜଣେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ନିଯୁକ୍ତି ପାଇଁ ଏକ ୩ ସଦସୀୟ କମିଟି ଗଠନ କରିଛି। ଏଥି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୮ ତାରିଖ ରହିଛି। ଏଣୁ ମିଳିଥିବା ଆବେଦନପତ୍ରରୁ କମିଟି ପ୍ରାର୍ଥୀତ୍ୱ ମାନ ଅନୁସାରେ ଆବେଦନର ଯାଞ୍ଚ ଓ ସ୍କୃଟିନି କରିବେ। ଏଥି ପାଇଁ ଜଣେ ସଚିବ ନିଯୁକ୍ତି ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଚୟନ କମିଟିର ଜନୈକ ସଦସ୍ୟ କହିଛନ୍ତି ଯେ ଅଧିସୂଚନା ଜାରି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରଥମ ଦିନ ୭୫୦ଟି ଆବେଦନ ମିଳିଛି। ୨୪ ଘଣ୍ଟାରୁ ବି କମ୍ ସମୟରେ ମିଳିଥିବା ପ୍ରତିକ୍ରିୟାରୁ ଆଶା କରୁଛୁ ଜୁଲାଇ ୧୮ ତାରିଖ ଶେଷ ଦିନ ସୁଦ୍ଧା ଆମକୁ ୧ ହଜାରରୁ ଅଧିକ ଆବେଦନପତ୍ର ମିଳିଥିବ। ଏଣୁ ଆମେ ନିର୍ଦ୍ଧାରିତ ମାନଦଣ୍ଡ ମଧ୍ୟରେ ଆବେଦନ ସର୍ଟଲିଷ୍ଟିଂ ଓ ସ୍କୃଟିନି ପାଇଁ ଆମକୁ ଏବେ ଜଣେ ସଚିବଙ୍କ ଆବଶ୍ୟକତା ଥିବା ଚୟନ କମିଟି ସଦସ୍ୟ କହିଛନ୍ତି। ସେ କହିଛନ୍ତି ଯେ କମିଟି ଆବେଦନର ଯାଞ୍ଚ ଆରମ୍ଭ କରିବା ଓ ସାକ୍ଷାତକାର ନିମନ୍ତେ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରିବା ଲାଗି ଜୁଲାଇ ୧୯ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ।

ଏଣୁ ପ୍ୟାନେଲର ସହାୟତା ନିମନ୍ତେ ନିଯୁକ୍ତ ସଚିବ ସମ୍ଭବତଃ ଜଣେ ସେବା ନିବୃତ୍ତ ସରକାରୀ ଅଧିକାରୀ ହୋଇ ପାରନ୍ତି। ପୂର୍ବତନ ଆଇପିଏସ ଅଧିକାରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅମିତାଭ ଠାକୁର (୫୮) ସିଇଓ ପଦବା ନିମନ୍ତେ ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି। ସେହି ପଦବୀ ନିମନ୍ତେ ଠାକୁର ଆବେଦନ କରିଥିବା ନେଇ ସାର୍ବଜନିକ ଭାବେ ପୁଷ୍ଟି ମଧ୍ୟ କରିଛନ୍ତି। ସେ କହିଛନ୍ତି ରାମ ଜନ୍ମଭୂମି ଟ୍ରଷ୍ଟ ଦ୍ୱାରା ସିଇଓ ପଦବୀ ନିମନ୍ତେ ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅନୁସାରେ ନିଜକୁ ଯୋଗ୍ୟ ମନେ କରୁଥିବାରୁ ମୁଁ ପଦବୀ ନିମନ୍ତେ ଆବେଦନ କରିଛି। ଅମିତାଭ ଠାକୁରଙ୍କୁ ଗତବର୍ଷ ଲକ୍ଷ୍ନୌ ପୋଲିସ ୧୯୯୯ ଦେବାରିଆ ଜିଲ୍ଲାର ଏକ ଔଦ୍ୟୋଗିକ ଜମି ହାସଲ ନିମନ୍ତେ କଥିତ ଠକେଇ ମାମଲାରେ ଗିରଫ କରିଥିଲା।