ମାନିଲା,|୦୭: ମାଡି ଆସୁଛି ବାଭି । ସୁସୁ ଗର୍ଜନ କରି ସମୁଦ୍ରରୁ ପାଣି ଆସିଲାଣି । ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ବହୁଛି । ଚାଇନାରେ ସାଙ୍ଘାତିକ ସ୍ଥିତି ହେଲାଣି । ଲୋକେ ମରୁଛନ୍ତି । ଘରଦ୍ୱାର ଭାଙ୍ଗି ଯାଇଛି ।

ରିପୋର୍ଟ ଅନୁସାରେ, ସୁପର ଟାଇଫୁନ୍ ବା ବାତ୍ୟା ବାଭି ଫିଲିପାଇନ୍ସ ଏରିଆ ଅଫ୍ ରେସପନସିବିଲିଟିରେ ପ୍ରବେଶ କରିଛି । ପାଣିପାଗ ବିଭାଗ ଏହା ଉପରେ କଡା ନଜର ରଖିଛି । ବାତ୍ୟାର ଗତିପଥକୁ ଟ୍ରାକ୍ କରାଯାଉଛି । ଫିଲିପାଇନ୍ସ ସାଗରରେ ଏହା ବଳ ଗୋଟାଉଥିବା ବେଳେ ଆଖପାଖ ଦ୍ୱୀପରେ ତାଣ୍ଡବ ରଚିବା ଆରମ୍ଭ କଲାଣି ।

ବୁଧବାର ଭୋର୍ ୩ଟାରେ ଏହା ଫିଲିପାଇନ୍ସ କ୍ଷେତ୍ରରେ ପ୍ରବେଶ କରିଥିଲା । ଯାହା ପରେ ବାତ୍ୟାର ନାଁ ବାଭି ବଦଳରେ ଇଣ୍ଡେ ହୋଇଯାଇଛି । ଏବେ ନର୍ଥ ଲୁଜୋନ୍ ଦ୍ୱୀପରୁ ବାତ୍ୟା ୧୪୦୫ କିଲୋମିଟର ଦୂରରେ ରହିଛି । ଯାହା ଘଣ୍ଟା ପ୍ରତି ୨୦ରୁ ୨୫ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ବେଳେ ପବନର ଘଣ୍ଟା ପ୍ରତି ବେଗ ୧୮୫ରୁ ୨୩୦ କିଲୋମିଟର ରହିଥିବା ସ୍ଥାନୀୟ ପାଣିପାଗ ବିଭାଗ କହିଛି ।

ଗୁଗଲ ଆର୍ଥ ଅନୁସାରେ, ବାତ୍ୟା ବାଭି ଏବେ ଫିଲିପାଇନ୍ସ ସାଗରରେ ରହିଛି । ଏଠାରେ ପବନର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟର ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଯେତେ ସମୟ ଧରି ଏହା ସମୁଦ୍ରରେ ରହିବ ଏହାର କ୍ଷମତା ବୃଦ୍ଧି ପାଇବ । ଚଳିତ ସପ୍ତାହର ଶନିବାର ଏହା ତାଇଓ୍ୱାନରେ ଘସି ହୋଇଯାଇପାରେ । ଧିରେ ଧିରେ ଚାଇନାର ଓ୍ୱେନଜୁହୋଉ ଆଡକୁ ଏହା ଅଗ୍ରସର ହେବ । ପରେ ଉହାନ, ସାଙ୍ଘାଇ ଏବଂ ହେଫେଇ ଅଞ୍ଚଳରେ ଏହା ପ୍ରଭାବ ପକାଇବ ।

Also Read :- ସରିଲା ବୈଭବଙ୍କ ସୁଯୋଗ, ଆଉ ଚାନ୍ସ ଦେବେନି ଗମ୍ଭୀର ! ଫ୍ଲପ୍ ହେଲା ପରେ ଟିମ୍ ରୁ ହେବେ କି ବିଦା ?

ଫିଲିପାଇନ୍ସ ପାଣିପାଗ ବିଭାଗର କହିବାନୁସାରେ, ଆଗାମୀ ୩୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଇଣ୍ଡେ ବା ବାଭି ପ୍ରଭାବରେ ଖୁବ୍ ଜୋରରେ ପବନ ବହିବ । ସିଧାସଳଖ ବାତ୍ୟା ଫିଲିପାଇନ୍ସରେ ଲ୍ୟାଣ୍ଡଫଲ୍ କରିବ ନାହିଁ । ଏହାର ନିୟନ୍ତ୍ରଣରେ ଆଖପାଖରେ ଥିବା କିଛି ଦ୍ୱୀପ ଉପରେ ବାଭି ପ୍ରଭାବ ପକାଇବ ।

ବାତ୍ୟାର ମୁକାବିଲା ପାଇଁ ଏହାର ଗତିପଥରେ ଥିବା ସମସ୍ତ ସ୍ଥାନରେ ସତର୍କତା ଜାରି ହୋଇଛି । ଫିଲିପାଇନ୍ସ ସମେତ ତାଇଓ୍ୱାନ ଏବଂ ଚାଇନାରେ ଲୋକଙ୍କୁ ଉପକୂଳ ଅଞ୍ଚଳରୁ ସ୍ଥାନାନ୍ତର କରାଯାଉଛି । ତେବେ ଏହା ସମୁଦ୍ରରେ ଥିଲେ ବି ଚାଇନାରେ ପ୍ରଭାବ ପକାଇବା ଆରମ୍ଭ କରିଦେଇଛି । ଦକ୍ଷିଣ-ପୂର୍ବରେ ଥିବା କିଛି ସହରରେ ପ୍ରବଳ ବର୍ଷା ଏବଂ ବନ୍ୟା ବିତ୍ପାତ ଦେଖାଦେଇଛି । ଫଳରେ ଅନେକ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି ।