ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୁରୁବାର ସମାପ୍ତ ହୋଇଛି। ଲୋକସଭା ଓ ରାଜ୍ୟସଭାକୁ ଅନିଶ୍ଚିତ କାଳ ଲାଗି ମୁଲତବୀ କରିଦିଆଯାଇଛି। ଏହି ଅଧିବେଶନରେ ବିରୋଧୀ ଦଳ ଭୀଷଣ ବ୍ୟବଧାନ ସୃଷ୍ଟି କରିଛନ୍ତି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଓ ବିରୋଧ ପ୍ରଦର୍ଶନ ଲାଗି ଅଧିକାଂଶ ଦିନ ଗୃହ କାର୍ଯ୍ୟ ଚାଲି ପାରିନଥିବା ବେଳେ ସରକାର ହାସଲ କରିଥିବା ବିଧାୟୀ ଉପଲବ୍ଧତାରେ ବିରୋଧୀ ଗ୍ରହଣ ଲଗାଇ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଅଧିବେଶନ ସମାପ୍ତି ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଅଧିବେସନ କାଳରେ ମାତ୍ର ୧୨ଟି ବିଧେୟକ ଗୃହୀତ ହୋଇଥିବା କହିଛନ୍ତି।

ତେବେ ସଂସଦରେ ବିତର୍କ ଓ ଏହାର ମାନକୁ ନେଇ ସେ ନିରାଶା ବ୍ୟକ୍ତ କରିଛନ୍ତି। ରିଜିଜୁ କହିଛନ୍ତି ଯେ ଆମେ ଅଧିବେଶକୁ ଦୁଇଟି ଦୃଷ୍ଟିରୁ ଆକଳନ କରିଥାଉ, ଏଥିରେ ବିଧାୟୀ କାର୍ଯ୍ୟ ଦୃଷ୍ଟିରୁ ଅଧିବେଶନ ସଫଳ ହୋଇଛି ବୋଲି କୁହାଯାଇ ପାରେ, ତେବେ ବିତର୍କ ଓ ଚର୍ଚ୍ଚାର ସ୍ତର ସନ୍ତୋଷଜନକ ନଥିଲା ବୋଲି ସେ କହିଛନ୍ତି। ବ୍ରିଫିଙ୍ଗ କାଳରେ ରିଜିଜୁ କହିଛନ୍ତି ଯେ ଏହି ଅଧିବେଶନରେ ଲୋକସଭାର ଉତ୍ପାଦକତା ମାତ୍ର ୧୯% ରହିଛି। ତେବେ ରାଜ୍ୟସଭାରେ ସାମାନ୍ୟ ଅଧିକ କାମ ହୋଇଛି। ଏଣୁ ରାଜ୍ୟସଭାର ଉତ୍ପାଦକତା ୩୯% ରହିଛି। ସେ କହିଛନ୍ତି ଯେ ଲୋକସଭାରେ ୧୧ଟି ବିଧେୟକ ବିନା କୌଣସି ଚର୍ଚ୍ଚାରେ ଗୃହୀତ ହୋଇଛି। ତେବେ କେବଳ ଗୋଟିଏ ବିଧେୟକ ଉପରେ ବିତର୍କ ହୋଇଛି।

ପବ୍ଲିକ ଏଗଜାମିନେସନ (ଅନୁଚିତ ଉପାୟ ନିୟନ୍ତ୍ରଣ) କେବଳ ଏକମାତ୍ର ବିଧେୟକ ଯାହା ଉପରେ ଲୋକସଭାରେ ବ୍ୟାପକ ଆଲୋଚନା ହୋଇଛି। ରିଜିଜୁ ଏହି ବିଧେୟକର ମହତ୍ୱ ଉପରେ କହିବାକୁ ଯାଇ ଏହା ବିଭିନ୍ନ ପରୀକ୍ଷାରେ ପେପର ଲିକ୍ ଓ ଅନୁଚିତ ପ୍ରଥାଗୁଡିକର ଗୁରୁତ୍ତର ପ୍ରସଙ୍ଗକୁ ସମାଧାନ କରୁଥିବା କହିଛନ୍ତି। ବିଧେୟକ ଗୃହୀତ ହେବା ପୂର୍ବରୁ ଏହା ଉପରେ ରାଜ୍ୟସଭାରେ ମଧ୍ୟ ବିତର୍କ ହୋଇଥିବାର ସେ କହିଛନ୍ତି।

ଜୁଲାଇ ୨୦ ତାରିଖରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ବିରୋଧୀ ଦଳଙ୍କ ପ୍ରଦର୍ଶନ ଯୋଗୁ ନିରନ୍ତର ପ୍ରଭାବିତ ରହିଥିଲା। ପ୍ରଥମେ ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ପ୍ରସଙ୍ଗ ଯୋଗୁ ବାଧିତ ରହିଥିବା ବେଳେ ଅଧିବେଶନ ଆଗକୁ ବଢିଥିଲା। ତେବେ ନିଟ୍ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିଥିବା ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଗୃହରେ ପ୍ରଧାମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରିଥିଲେ। ସରକାର ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ସମ୍ବଦ୍ଧିତ ମାମଲାରେ ଚର୍ଚ୍ଚା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ଅସ୍ୱୀକାର କରିଦେଇଥିଲା।