ନୂଆପଡ଼ା ୧୩।୧୨: ଦାଦନ ଖଟିବାକୁ ଯାଇ ଦୀର୍ଘଦିନ ପରେ ବି ସ୍ବାମୀ ଆଉ ଘରକୁ ଫେରିଲେନି । ମୃତ ନା ଜୀବିତ ତାହା ମଧ୍ୟ ଜଣାପଡିଲା ନାହିଁ । ଗରିବ ପରିବାର ଆଉ କୋଳରେ ଦୁଇଟି ଶିଶୁକୁ ଧରି କୁଆଡେ ବା ଯିବେ ସ୍ବାମୀଙ୍କୁ ଖୋଜିବା ପାଇଁ । ହାତରେ ସେତିକି ଅର୍ଥ ମଧ୍ୟ ନଥିଲା, ଯାହା ପାଇଁ ଶେଷରେ ସାମାଜିକ ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା ମଧ୍ୟ ସାରିଦେଲେ । ହେଲେ ଦିନେ ନା ଦିନେ ସ୍ବାମୀ ଘରକୁ ଫେରିବେ ବୋଲି ଆଶା ରଖି ନଥିବା ନୀରିହ ସ୍ତ୍ରୀର ଚୁଡି ରଖିବା ହେଲା ସତ । ହିନ୍ଦୁ ପରମ୍ପରା ଅନୁସାରେ ସ୍ବାମୀ ମୃତ୍ୟୁ ପରେ ହାତରୁ ଚୁଡି, ଶଙ୍ଖାକୁ ଅଲଗା କରିଦିଅନ୍ତି । ହେଲେ ସେ କିନ୍ତୁ ଏମିତି କରିନଥିଲେ । ତାହା ଆଜି ପୁଣିଥରେ ହସି ଉଠିଲା । ଶେଷରେ ତାହା ସତ ମଧ୍ୟ ହେଲା । ଦୀର୍ଘ ୩୦ ବର୍ଷ ପରେ ମୃତ ଭାବୁଥିବା ଲୋକ ଘରକୁ ଫେରି ଆସିଛି । ଏବେ ପରିବାର ଓ ଗାଁ ଲୋକଙ୍କ ଖୁସି କହିଲେ ନସରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସଦର ବ୍ଲକ ଭାଣପୁର ଶବର ପଡାରେ ।