ଭଦ୍ରକ ୨୩।୮: ରେବ ନଦୀରେ ଅଘଟଣ । ଶୌଚ ହେବା ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼ । ତୁଠରେ ଗୋଡ଼ ଖସିଯିବା ଯୋଗୁଁ ପାଣିରେ ବୁଡି ନାବାଳିକାଙ୍କ ମୃତ୍ୟୁ । ତିନି ନାବାଳିକା ସୁରକ୍ଷିତ ଉଦ୍ଧାର ।

Also Read:- ମଝି ସମୁଦ୍ରରେ ‘Ocean Winner’ ନିଖୋଜ, ରେସ୍କ୍ୟୁ ଅପରେସନରେ ଓଡ଼ିଶା ମେରାଇନ ପୋଲିସ ସାମିଲ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୂର୍ ପଞ୍ଚାୟତର ନାରାୟଣପୁର ଗାଁର ନାବାଳିକା ଇପ୍ସିତା ନାଥ ନିଜ ସାଙ୍ଗଙ୍କ ସହ ରେବ ନଦୀକୁ ଶୌଚ ପାଇଁ ଯାଇଥିଲେ । ଶୌଚ ବେଳେ ଇପ୍ସିତା ନାଥଙ୍କ ଗୋଡ ଖସି ଯାଇଥିଲା । ସାଙ୍ଗରେ ଥିବା ଅନ୍ୟ ୩ ଜଣ ସାଙ୍ଗ ପାଣିରୁ ବର୍ତ୍ତି ଯାଇଥିବା ବେଳେ ଇପ୍ସିତା ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଇପ୍ସିତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Watch Video: