ଭୁବନେଶ୍ୱର୧୧।୦୪ : ରାଜ୍ୟରେ ବଢ଼ିବ ତାତି । ରବିବାରଠାରୁ ଓଡ଼ିଶାରେ ବଢ଼ିପାରେ ତାପମାତ୍ରା । ଗ୍ରୀଷ୍ମ ଲହରରେ ପ୍ରଭାବିତ ହେବ ଧନ ଜୀବନ। ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଓ ଖରା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ । ୧୮ ତାରିଖ ପରେ ରାଜ୍ୟର କିଛି ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ ବଢ଼ିବା ନେଇ ଆକଳନ କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଏବର୍ଷ ଅଧିକ ତାତି ଅନୁଭୂତ ହୋଇପାରେ । ରବିବାରଠାରୁ ଓଡ଼ିଶାର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ।

Watch Video:-