ନୂଆଦିଲ୍ଲୀ, ୧୯|୦୭ : ଗ୍ରାଉଣ୍ଡକୁ ଓହ୍ଲାଇବା ସହ ଲିଓନେଲ ମେସିଙ୍କ ନାମରେ ଏକ ବଡ ରେକର୍ଡ ଯୋଡ଼ି ହୋଇଯିବ। ବିଶ୍ୱକପ ଇତିହାସର ପ୍ରଥମ ଖେଳାଳି ଭାବେ ସେ ୩ଟି ବିଶ୍ଵକପରେ ଅଧିନାୟକ ଭାବେ ଓହ୍ଲାଇବେ। ପୂର୍ବରୁ ମେସି ଆର୍ଜେଣ୍ଟିନା ଦଳର ଅଧିନାୟକ ଭାବେ ୨୦୧୪ ଓ ୨୦୨୨ ବିଶ୍ୱକପ୍ ଖେଳି ସାରିଛନ୍ତି। କିମ୍ବଦନ୍ତୀ ଖେଳାଳି ପେଲେ ୧୯୬୨ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆହତ ହୋଇଥିଲେ । ଫଳରେ ସେ ଉକ୍ତ ମ୍ୟାଚ ଖେଳିପାରି ନଥିଲେ। ସେ ୧୯୫୮ ଓ ୧୯୭୦ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲେ। ସେହିପରି ରୋନାଲ୍ଡ ନାଜାରିଓ ୧୯୯୪ ବିଶ୍ୱକପରେ ବ୍ରାଜିଲ୍ ଦଳର ସଦସ୍ୟ ରହିଥିଲେ ହେଁ ଗୋଟିଏ ହେଲେ ମ୍ୟାଚ ଖେଳି ପାରି ନଥିଲେ।ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା । ବ୍ରାଜିଲ୍ ୧୯୯୪ ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା।ରୋମାରିଓ ଓ ବେବେଟୋ ପ୍ରମୁଖ ଫରୱାର୍ଡ ଭାବେ ଖେଳିଥିଲେ। ଏହାପରେ ସେ ୧୯୯୮ ଓ ୨୦୦୨ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲେ।

ଅନ୍ୟ ଦିଗରେ ଜର୍ମାନୀର ଲୋଥର ମାଥ୍ୟସ ୧୯୮୨, ୧୯୮୬ ଓ ୧୯୯୦ ବିଶ୍ଵକପ୍ ଫାଇନାଲ୍ ଖେଳିଥିଲେ। ମାତ୍ର ସେ ୧୯୮୨ ବିଶ୍ଵକପ୍ରେ କେବଳ ବଦଳ ଖେଳାଳି ଭାବେ ଖେଳିବାକୁ ସୁଯୋଗ ପାଇଥିଲେ। ପ୍ରାରମ୍ଭିକ ଏକାଦଶରେ ସ୍ଥାନ ପାଇନଥିଲେ । ଜର୍ମାନୀର ପିୟର ଲିଟବାକ୍ସି ୧୯୮୨ ଓ ୧୯୯୦ ବିଶ୍ଵ କପ୍ ଫାଇନାଲ୍ ଖେଳିଥିଲେ। ୧୯୮୬ ବିଶ୍ଵକପ୍ ଦଳରେ ସେ ରହିଥିଲେ ହେଁ ଫାଇନାଲ୍ ମ୍ୟାଚରେ ଖେଳିବାକୁ ସୁଯୋଗ ପାଇ ନଥିଲେ। ବ୍ରାଜିଲର କାଫୁ ୧୯୯୪, ୧୯୯୮ ଓ ୨୦୦୨ ବିଶ୍ଵକପ୍ ଫାଇନାଲ୍ ଖେଳିଛନ୍ତି। ୧୯୯୪ ବିଶ୍ଵକପରେ ସେ ପ୍ରାରମ୍ଭିକ ଏକାଦଶରେ ସ୍ଥାନ ପାଇ ନଥିଲେ। କେବଳ ବଦଳ ଖେଳାଳି ଭାବେ ଖେଳିଥିଲେ।