ଭୁବନେଶ୍ୱର ୦୩।୦୮ : ତୁଳା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବରର ପାତ୍ରପଡ଼ା ସ୍ଥିତ ଏକ ତୁଳା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କମ୍ପାନୀ ପରିସରରେ ହଠାତ୍ ନିଆଁ ଲାଗିଯିବା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ତୁଳା ଭଳି ଜ୍ୱଳନଶୀଳ ସାମଗ୍ରୀ ଥିବାରୁ ନିଆଁ କ୍ଷଣକ ମଧ୍ୟରେ ଭୟଙ୍କର ରୂପ ଧାରଣ କରି ସମଗ୍ର କମ୍ପାନୀକୁ ବ୍ୟାପି ଯାଇଛି । ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ଅଗ୍ନିଶମ ବାହିନୀ ସହିତ ଷ୍ଟ୍ରାଇକିଂ ଫୋର୍ସକୁ ମଧ୍ୟ ନିୟୋଜିତ କରାଯାଇଛି ।

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଭୁବନେଶ୍ବରର ପାତ୍ରପଡ଼ାରେ ଥିବା ଏକ ତୁଳା କମ୍ପାନୀରେ ନିଆଁ ଲାଗିଥିବା ଖବର ପାଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଶଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଛି । ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ନିଆଁ ବର୍ତ୍ତମାନ ସୁଦ୍ଧା ଅଣାୟତ୍ତ ରହିଛି । ସ୍ଥିତିକୁ ସମ୍ଭାଳିବା ପାଇଁ ଜଟଣୀରୁ ଅଧିକ ଦମକଳ ଗାଡ଼ି ମଗାଯାଇଛି । କମ୍ପାନୀର ଚାରିପାଖରେ ଡିଜି ମେସିନ୍ ସବୁ ଥିବାରୁ ସେଗୁଡ଼ିକରେ ନିଆଁ ଲାଗି ବଡ଼ ଧରଣର ବିସ୍ଫୋରଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି।

Also Read:-ନଦୀ କୂଳରେ ଥୁଆ ହୋଇଛି ସାବୁନ୍-ବାଲଟି: ଘରେ କାନ୍ଦ ବୋବାଳି, ଗାଁରେ ଶୋକର ଛାୟା

ସେପଟେ ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ଦେଖାଦେଇଛି । ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଛି ତମାଣ୍ଡୋ ପୁଲିସ । ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ରେସକ୍ୟୁ ଓ ନିଆଁ ଲିଭା ଅପରେସନ୍ର ଅନୁଧ୍ୟାନ କରୁଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଏଥିରେ ହୋଇଥିବା କ୍ଷୟକ୍ଷତିର ପରିମାଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।