ଭୁବନେଶ୍ବର ୧୮।୭: CMOରୁ ଫାଇଲ୍ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହେଲେ ମନୋଜ କୁମାର ମିଶ୍ର । ଫାଇଲ୍ ଗାଏବ ଘଟଣାକୁ ନେଇ ରାଜେଶ ବର୍ମା ଏବଂ ମନୋଜ ମିଶ୍ରଙ୍କୁ ନୋଟିସ୍ ହୋଇଥିଲା । ତତ୍କାଳୀନ IT ସଚିବ ମନୋଜ କୁମାର ମିଶ୍ର କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ।

CMOରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ହଜିବା ଘଟଣାରେ ୨ ଜଣ ଅଧିକାରୀଙ୍କୁ ସମନ ଜାରି କରିଥିଲା କମିଶନରେଟ୍ ପୋଲିସ । ପୂର୍ବତନ IT ସଚିବ ମନୋଜ କୁମାର ମିଶ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ ଜାରି ହୋଇଥିଲା । ୩ ଦିନ ଭିତରେ ତଦନ୍ତକାରୀ ଅଫିସରଙ୍କ ପାଖରେ ହାଜର ହୋଇ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇତିଲା । ମନୋଜ ମିଶ୍ର ଆଇଟି ସଚିବ ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ OSD ଭାବେ କାର୍ଯ୍ୟ କରୁଥିଲେ । ସେହିପରି ୧୯୮୭ ବ୍ୟାଚର IAS ଅଧିକାରୀ ରାଜେଶ ବର୍ମା ୨୦୧୭ ଜାନୁଆରୀରୁ ୨୦୨୨ ଅଗଷ୍ଟ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ସେମାନଙ୍କ ପାଖରେ ଯଦି ଏହି ତଦନ୍ତ କମିସନ ଫାଇଲ୍ ସମ୍ପର୍କିତ କୌଣସି ଡକ୍ୟୁମେଣ୍ଟ, ରେକର୍ଡ ଅଛି ଇଲେକ୍ଟ୍ରୋନିକ୍ ଡିଭାଇସ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଅଛି ତେବେ ତାହାକୁ ଆଣିବାକୁ ମଧ୍ୟ କୁହାଯାଇଛି ।

Also Read :- ଶ୍ରୀମନ୍ଦିରରେ ପ୍ରବେଶ କଲେ ASI ଟିମ୍, ମୁଖ୍ୟ ପ୍ରଶାସକଙ୍କ ସହ ଗର୍ଭଗୃହ, ନାଟ ଓ ଭୋଗ ମଣ୍ଡପର ମରାମତି କାର୍ଯ୍ୟ ନେଇ ଆଲୋଚନା

ସେପଟେ ଫାଇଲ ହଜିବା ଘଟଣାକୁ ନେଇ ତେଜିଥିଲା ରାଜନୈତିକ ବୟାନବାଜି । CMOରୁ କେମିତି ଫାଇଲ ହଜିଲା ଏବଂ କେହି କେମିତି ଜାଣି ପାରିଲେ ନାହିଁ, ତାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍ CMOରୁ ହଜିବା ଓଡ଼ିଶାରେ ପ୍ରଥମ ଘଟଣା । ଏଥିରେ ଯାହାର ବି ସମ୍ପୃକ୍ତି ଅଛି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କଂଗ୍ରେସ କହିଥିଲା । ସେହିଭଳି ବିଜେଡି କହିଥିଲା, ୨ ଜଣଙ୍କୁ ସରକାର ନୋଟିସ କରିଛନ୍ତି । ଏହି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଅଛନ୍ତି କି ନାହିଁ କିମ୍ବା ଆକ୍ରୋଶମୂଳକ ଭାବେ ଏଭଳି କରାଯାଇଛି ତାହା ତଦନ୍ତ ପରେ ଜଣାପଡିବ ।