ଭୁବନେଶ୍ୱର ୦୭।୦୭ : ରାଜଧାନୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ। ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ପୁଣି ବୁଲିଲା ଖଣ୍ଡା । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୋକାନୀଙ୍କୁ ହାଣିଲେ ଦୃର୍ବୃତ୍ତ। ଅତର୍କିତ ଆକ୍ରମଣରେ ଜଣେ ମହିଳାଙ୍କୁ ମଧ୍ୟ ଖଣ୍ଡା ଚୋଟ ବାଜିଛି। ଖଣ୍ଡା ଚୋଟରେ ଆହତ ହୋଇଥିବା ଯୁବକ ହେଲେ ଉଦୟ କିରଣ। ଲହୁଲୁହାଣ ହୋଇଥିବା ଦୁଇଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାମୁଲୁ ନାମକ ଜଣେ ଯୁବକ ହାଣିଥିବା ସୂଚନା ମିଳିଛି। ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ କ୍ରାଇମ୍ ସ୍ପଟ୍ ଦେଖିବା ସହ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଚଢାଉ କରୁଛି।

ଖବର ଅନୁଯାୟୀ, ଭୁବନେଶ୍ବର ଷ୍ଟେସନ ବଜାର ଅଞ୍ଚଳରେ ଜଣେ ପାନ ଦୋକାନୀ ବିଳମ୍ବିତ ରାତି ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ରାମୁଲୁ ନାମ ଯୁବକ ଅନ୍ୟ କିଛି ସହଯୋଗୀଙ୍କ ସହ ଆସି ଅତର୍କିତ ଆକ୍ରମଣ କରିଥିଲେ। ରାମୁଲୁର ଖଣ୍ଡା ଚୋଟରେ ଉଦୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନ ଖଣ୍ଡା ଚୋଟ ବାଜିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ଦୁର୍ବୃତ୍ତଙ୍କ ଆକ୍ରମଣ ଶିକାର ହୋଇଛନ୍ତି। ଖଣ୍ଡାଚୋଟ ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଛି। ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କୁ ଚିହ୍ନଟ ପାଇଁ ସିସିଟିଭି ଯାଞ୍ଚ କରୁଥିବା ଜଣାପଡ଼ିଛି। 

Also Read:-ପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ, ଉତ୍ତର ଓଡ଼ିଶା ପାଇଁ ବି ସ୍ବତନ୍ତ୍ର ଘୋଷଣା କଲେ ରେଳମନ୍ତ୍ରୀ