ସୋନପୁର ୨୬।୦୪ : ଅଧାରାସ୍ତାରେ ଓଲଟିଲା ବରଯାତ୍ରୀ ଗାଡ଼ି । ବରାଯୀତ୍ରୀ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ବରଗଡ଼ କମଗାଁ ଅଞ୍ଚଳର କିଛି ବରଯାତ୍ରୀ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ । ସେଠାରେ ବାହାଘର ସାରି ବରଯାତ୍ରୀ ଘରକୁ ଫେରୁଥିଲେ । ହେଲେ ସୋନପୁର ଜିଲ୍ଲା ବିନିକି ଥାନା କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଫଳରେ ଗାଡ଼ିରେ ଥିବା ୧୪ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତିନି ଜଣଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୧୨ ଜଣଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବସ୍‌ରେ ମୋଟ ୫୪ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

Also Read:-Raghu Rai: କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ କେଉଁଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା, ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି । ଏହାସହିତ ଆହତଙ୍କୁ ଚିକିତ୍ସା ପରେ ସେମାନଙ୍କ ଘରକୁ କିପରି ପଠାଯିବ । ସେ ବ୍ୟବସ୍ଥା ମଧ୍ୟ କରାଯାଉଥିବାର ସୂଚନା ମିଳିଛି ।