ଭୁବନେଶ୍ବର: ସ୍ପେଶାଲ ସ୍କ୍ୱାଡ୍ କହି ଥାନା ସମ୍ମୁଖରୁ ଯୁବକଙ୍କୁ କିଡନାପ୍ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ସାଲିଆ ସାହି ଅଞ୍ଚଳର ରାକେଶ ବାରିକ, ରାଜେନ୍ଦ୍ର ବେହେରା।

ସୂଚନାଥାଉକି, ଗତ ମାସ ୫ ତାରିଖରେ ରାକେଶ ଏବଂ ରାଜେନ୍ଦ୍ର ସମେତ ୬ ଜଣ ଜିତେନ୍ଦ୍ର ସାହୁଙ୍କୁ ଉଠାଇନେଇଥିଲେ। ଏମିତିକି ଜିତେନ୍ଦ୍ରଙ୍କୁ ବନ୍ଦ ଘରେ ନିର୍ଘାତ ମାଡ଼ ମାରି ଆକାଉଣ୍ଟରୁ ୮୩ ହଜାର ଟଙ୍କା ଉଠାଇନେଇଥିଲେ। ତେବେ ଅପହରଣକାରୀଙ୍କ କବଳରୁ କୌଣସିମତେ ଖସି ଆସି ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ ଜିତେନ୍ଦ୍ର ଏବଂ ତାଙ୍କ ପତ୍ନୀ। ଆଉ ପୋଲିସ ମାମଲାର ତଦନ୍ତକ୍ରମେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

Also Read: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, ଚାକିରି ହରାଇଲେ ବୟଫ୍ରେଣ୍ଡ୍ ଭୀମସେନ ଟୁଡୁ