​​​​​​​ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହୋଇପାରେ । ଅଧିକ ଘନୀଭୂତ ହେଉଛି ସ୍ପଷ୍ଟ ଚିହ୍ନିଟ ଲଘୁଚାପ। ଆଗାମୀ ୬ ଘଣ୍ଟାରେ ନେବ ଅବପାତର ରୂପ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଉତ୍ତର ଦିଗରେ ଉତ୍ତର ଓଡିଶା ଏବଂ ଉତ୍ତର ଛତିଶଗଡ ଦେଇ ଗତିକରିବା ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ୬ ତାରିଖଠାରୁ (ସୋମବାର) କ୍ରମଶଃ ବର୍ଷା ପ୍ରକୋପ କମିବ। ତେବେ ୧୧/୧୨ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ଏଥିରେ ବଡ଼ ବର୍ଷା ନ ହେଲେ ମଧ୍ୟ ବର୍ଷା ପରିମାଣ ସାମାନ୍ୟ ବଢ଼ପାରେ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ) ଲଘୁଚାପ ରହିଛି । ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମକୁ ରହିବ ।

ଆସନ୍ତା ୨ ଦିନ ଭିତରେ ଏହା ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇ ସ୍ଥଳଭାଗରେ ଆଗକୁ ବଢ଼ିବ। ସମ୍ଭବତଃ ଦକ୍ଷିଣ ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତର ମଧ୍ୟପ୍ରଦେଶ ଆଡ଼କୁ । ତେଣୁ ୬ ତାରିଖରୁ ଓଡ଼ିଶାରେ ବର୍ଷା କମିପାରେ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗର ଆକଳନ ହେଲା-୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।