ଭୁବନେଶ୍ୱର ୦୪।୦୨ : ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପୋଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ ଦେଲେ ଲୁଟେରା । ଭୋର ସମୟର ମହିଳାଙ୍କୁ ବେକରେ ବନ୍ଧୁକ ଲଗାଇ ନେଇଗଲେ ସୁନା କାନଫୁଲ। ଯେତେ ନେହୁରା ହେଲେ, ବି ଛାଡ଼ିଲେନି ଲୁଟେରା । ଧମକ ଚମକ କରି ସୁନା ସହ କିଣା ସାମଗ୍ରୀ ବି ନେଇ ଚମ୍ପଟ ମାରିଛନ୍ତି ଲୁଟେରା ।

ଏ ଖବରବି ପଢନ୍ତୁ:- ହ୍ଵାଟ୍ସ‌ଆପରେ ୨୪ ଘଣ୍ଟିଆ ରାଜସ୍ଵ ସେବା, ଦୁର୍ନୀତି କରିଥିଲେ କଠୋର ଆକ୍ସନ୍...

ବୁଧବାର ଭୋର । ସମୟରେ ୫ଟା ୩୦ । ନୟାପଲ୍ଲୀ ଗଡ଼ସାହିରେ ଜଣେ ମହିଳା ନିଜ ଘର ପାଖରେ ଫୁଲ୍ ତୋଳୁଥିଲେ । ଏହି ସମୟରେ କିଛି ଲୁଟେରା ବାଇକ୍ରେ ଆସି ମହିଳାଙ୍କ ଘର ସମ୍ମୁଖରେ ରହିଥିଲେ । ଏହାପରେ ମହିଳାଙ୍କ ଦେହରେ ବନ୍ଧୁକ ଲଗାଇଥିଲେ । ଆଉ କହିଥିଲେ କି, ତୋ ପାଖେ ଯାହା ଅଛି, ସବୁ ଆମକୁ ଦେ । ନହେଲେ ଜୀବନରୁ ସଫା କରିଦେବୁ । ଏତିକି ଧମକ ଶୁଣି ମହିଳା ଜଣଙ୍କ ଗୁହାରୀ ହୋଇ କହିଲେ କି, ମୋ ପାଖେ ଯାହା ବି ଅଛି ସବୁ ଦେଇଦେଉଛି। ହେଲେ ମୋତେ ଛାଡ଼ିଦିଅ।ତାପରେ ବି ଲୁଟେରାମାନେ ଛାଡ଼ିଲେନି । ମହିଳା ଲଗାଇଥିବା କାନ ଫୁଲ ନେଇଯାଇଥିଲେ । ପାଖରେ ଆଉ କଣ ରଖିଛୁ ବୋଲି ଧମକାଇଥିଲେ । ଯାହାକୁ ଶୁଣି ମହିଳା ଜଣଙ୍କ ଭୟରେ କହିଲେ କି, ମୋ ପାଖରେ ଆଉ କିଛି ନାହିଁ । ଯାହା ଥିଲା ସବୁ ତୁମକୁ ଦେଇଦେଇଛି ।

ଏ ଖବରବି ପଢନ୍ତୁ:- ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ପୋଷାକ, ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ

ସେପଟେ ଲୁଟ୍ ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଅଭିଯୋଗ ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି ।

​​​​​​​ଏ ଖବରବି ପଢନ୍ତୁ:-  ଏଲନ ମସ୍କ ଖୋଜୁଛନ୍ତି ହିନ୍ଦୀ କହୁଥିବା ଲୋକ, ବାହାର କରିଛନ୍ତି vacancy