ପାଟଣା ୧୬।୮: ମଦ ଦୋକାନ ସ୍ଥାନାନ୍ତର ଦାବିରେ କେନ୍ଦୁଝର ଜିଲ୍ଲା ବଡ଼ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମର ମହିଳା ଓ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସାଧୁପଡା ଗ୍ରାମର ଶାଳ ନିକଟରେ ନୂତନ ଭାବରେ ଖୋଲିଥିବା ପାଟଣା ସରକାରୀ ମଦ ଦୋକାନକୁ ବିରୋଧ କରି ଦୋକାନ ସମ୍ମୁଖରେ ମହିଳାମାନେ ଧାରଣାରେ ବସିବା ସହ ଜୋରଦାର ପ୍ରତିବାଦ କରିଥିଲେ ।

ମହିଳାଙ୍କ ହୋହାଲ୍ଲା ଓ ନାରାବାଜିକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଥିଲେ ।

Also Read:- ପ୍ରବଳ ବର୍ଷାରେ ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ, ମୁଖ୍ୟ ଫାଟକରେ ତାଲା

ମହିଳାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅଞ୍ଚଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ମଧ୍ୟ ଧାରଣାରେ ସାମିଲ ହେବା ପରେ ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନକୁ ବନ୍ଦ କରିଦିଆଯାଇଛି । ଅନ୍ୟତ୍ର ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଏଠାରେ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳା ଓ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ ।