ପାଟଣାଗଡ଼ ୭।୭: ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ । ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏହାସହ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।

୨୦୧୮ ମସିହାର ଏକ ହତ୍ୟାକାଣ୍ଡର ଶୁଣାଣି କରି ୪ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅର୍ଥଦଣ୍ଡ ଅନାଦେୟ ଆଉ ବର୍ଷେ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ କୁତୁର୍ଲା ଗାଁର ନାରାୟଣ ପଶାୟତ ପାଖ ଗାଁଙ୍କୁ ଯାଉଥିବା ବେଳେ ସେହି ଗାଁର ସଂଜୀବ ମହାକୁର, କାନ୍ତିଲାଲ ମହାକୁର, ମଧୁ ମହାକୁର ଓ ପୂର୍ଣ୍ଣଚନ୍ଦ୍ର ସାହୁ ଲାହେରଜୋର ଠାରେ ତଣ୍ଟିକାଟି ହତ୍ୟା କରିଥିଲେ । ୨୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଅଭିଯୁକ୍ତ ୪ ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ସୁମିତା ଜେନା ।