ଭୁବନେଶ୍ୱର ୩୧।୦୩ : ସରୁଛି ଡେଡ୍‌ଲାଇନ୍‌। ଆଉ କେଇ ଘଣ୍ଟା ପରେ ଶେଷ ହୋଇଯିବ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କେନ୍ଦ୍ର ଦେଇଥିବା ତାରିଖ। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ଅବଧି ଶେଷ ହେବା ପୂର୍ବରୁ ଲୋକସଭାରେ ତଥ୍ୟ ରଖିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖି କହିଛନ୍ତି ଯେ, ଯେଉଁ ଲୋକ ଦେଶର ବ୍ୟବସ୍ଥାକୁ ଅବଜ୍ଞା କରି ଅସ୍ତ୍ର ଉଠାଇବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ହେବ। ସେମାନଙ୍କ ପାଇଁ ମହଙ୍ଗା ପଡ଼ିବ। ଭାରତ ଏବେ ନକ୍ସଲ ହିଂସାରୁ ମୁକ୍ତ ହୋଇଥିବା ଶାହ ଘୋଷଣା କରିଛନ୍ତି। ଶାହ କହିଛନ୍ତି, ବର୍ଷ ବର୍ଷ ଧରି ସରଳ ଓ ନିରୀହ ଆଦିବାସୀଙ୍କୁ ଅନ୍ଧାରରେ ରଖାଗଲା। ବାମପନ୍ଥୀ ନିଜ ବିଚାରଧାରାକୁ ବଢ଼ାଇବା ପାଇଁ ସେମାନଙ୍କୁ ବ୍ୟବହାର କଲେ । ଏହି ବିଚାରଧାରାରୁ ହିଁ ନକ୍ସଲବାଦ ସୃଷ୍ଟି ହେଲା। ସ୍ବାଧୀନତା ପରେ ୬୦ ବର୍ଷ ଧରି ଆଦିବାସୀଙ୍କୁ ବିକାଶର ବଞ୍ଚିତ ରଖାଯାଇଥିଲା। 

Also Read:-ପାଲମପଲ୍ଲୀ ଜଙ୍ଗଲରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ ମୁଚାକି

କିଛି ମାସ ତଳେ କେନ୍ଦ୍ର ସରକାର ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହିଥିଲେ । ଏଥିପାଇଁ ମାର୍ଚ୍ଚ ୩୧ ମଧ୍ୟ ଡେଡ୍‌ଲାଇନ୍‌ ରଖିଥିଲେ । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ ପରେ ମାଓ ପ୍ରଭାବିତ ରାଜ୍ୟରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ତେଲେଙ୍ଗାନା, ଓଡ଼ିଶା, ଆନ୍ଧ୍ର , ଛତିଶଗଡ଼ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ଅପରେସନରେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଥିବା ବେଳେ ସ୍ଥାନୀୟ ପୋଲିସକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୀର୍ଘ ଦିନ ଧରି ଚାଲିଥିଲା ମାଓ ବିରୋଧୀ ଅପରେସନ। ଏହି ସମୟ ଅବଧି ମଧ୍ୟରେ ଅନେକ ହାର୍ଡକୋର ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଥିଲେ। ତେବେ ନିହତ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ହିଡ୍‌ମା ପରି ଅନେକ ରହିଥିଲେ।    

Watch Video:-

​​​​​​​​​​​​​​