ସମ୍ବଲପୁର, ୨୦/୧୦:ଗାଁ ରାସ୍ତାରେ ବୁଲୁଛି କୁମ୍ଭୀର । ଲୋକେ ଭୟଭୀତ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ପଟାଖମଣ ଗାଁ ନିକଟ ରାସ୍ତାରେ ଏକ ବଡ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଖବର ପାଇ ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ତେବେ କେଉଁ ପରିସ୍ଥିତିରେ କୁମ୍ଭୀରଟି ଗାଁ ଆଡକୁ ଚାଲି ଆସିଛି,ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Also Read :- କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ : ରାତି ହେଲେ ଘରୁ ବାହାରୁ ନାହାଁନ୍ତି ଲୋକେ

କୁମ୍ଭୀରଟି ଉଦ୍ଧାର ନହେବା ପର୍ଯ୍ୟନ୍ତ ଗାଁ ଲୋକଙ୍କୁ ରାସ୍ତା ନିକଟକୁ ନଯିବାକୁ କୁହାଯାଇଛି । ସେହିପରି ଏହାକୁ ଘେରିବା କିମ୍ବା ତାକୁ ଧରିବାକୁ ଚେଷ୍ଟା ନକରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଶିଶୁ ଓ ବୃଦ୍ଧମାନଙ୍କୁ ଏହି ଅଞ୍ଚଳକୁ ନଯିବା ପାଇଁ ସଚେତନ କରାଯାଇଛି। କୌଣସି ଖବର ପାଇଲେ କିମ୍ବା କୁମ୍ଭୀର ଦେଖିଲେ ଭିଡ଼ ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ କୁହାଯାଇଛି ।